Related Contents

ଦୁର୍ନୀତିରେ ଉବୁଡୁବୁ ବାଲିଗୁଡା ବ୍ଳକ, ଭିଜିଲାନ୍ସ ତଦନ୍ତ ଦାବୀ କଲେ ଗ୍ରାମବାସୀ, ନିମ୍ନ ମାନର ରାସ୍ତାକାମ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୧୭/୦୯): କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକରେ ଦୁର୍ନୀତି ଯେମିତି ପିଛା ଛାଡୁନି | ବାଲିଗୁଡା ବ୍ଳକରେ ଏନ. ଏଫ. ବି ସ୍କିମ ରେ ଲକ୍ଷ ଲକ୍ଷ ଟଙ୍କାର ମହାଦୁର୍ନୀତି ମନରୁ ନ ଲିଭୁଣୁ ପୁଣି ଦୁର୍ନୀତି ସାମନାକୁ ଆସିଛି |

ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟ ରାଜକୋଷରୁ ବହୁ ଅର୍ଥ ଖର୍ଚ୍ଚ କରୁଥିବା ସତ୍ତ୍ବେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକର ବିଭିନ୍ନ ଗ୍ରାମପଞ୍ଚାୟତରେ ସରପଞ୍ଚ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ଅନ୍ଧାରରେ ରଖି ଡିପାର୍ଟମେଣ୍ଟ କାମ କରି ଯନ୍ତୀ ସହକାରୀ ଯନ୍ତ୍ରୀ ଓ ବାବୁମାନେ ମାଲାମାଲ ହେଉଥିବା ବେଳେ ଏହାର ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଜନତା | ଏହାର ବାସ୍ତବ ଓ ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଛି ସୁଡ୍ରା ଗ୍ରାମପଞ୍ଚାୟତର କଟଡି ରାଜସ୍ୱ ଗାଁରେ।କଟଡି ସମେତ ସିକାଟି ଅଡାବାଲି, କଜୁକ୍ଲାପି, ବଲବଡାଗି ଗାଁରେ ପ୍ରାୟ ତିନିଶହରୁ ଉର୍ଦ୍ଧ୍ବ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ଏନେଇ ବହୁବାର ବ୍ଳକ ପ୍ରଶାସନକୁ ଗୁହାରି ପରେ ଗାଁକୁ ଯିବା ପାଇଁ ରାସ୍ତାନିର୍ମାଣ କରାଗଲା ଗୋପବନ୍ଧୁ ଗ୍ରାମୀଣ ଯୋଜନା କିନ୍ତୁ ପାଞ୍ଚଲକ୍ଷ ଟଙ୍କା ବ୍ୟୟଅଟକଳରେ ନିର୍ମାଣ କରାଯାଇଥିବା ରାସ୍ତା ଏବଂ ଅନ୍ୟ ଏକ ଗାର୍ଡୱାଲକାର୍ଯ୍ୟ ନିମ୍ନମାନର ହୋଇଥିବାରୁ ନିର୍ମାଣର ତିନିମାସ ନପରୁଣୁ ୱାଲ ଭାଙ୍ଗିବା ସହିତ ରାସ୍ତା ଭାଙ୍ଗିଯାଇଥିବା ଦେଖିବାକୁ ମିଳୁଛି | ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ସରପଞ୍ଚଙ୍କୁ ଅନ୍ଧାରରେ ରଖି ବିନାପଲ୍ଲୀସଭାରେ ସରପଞ୍ଚଙ୍କ ଅଜାଣତରେ ଡିପାର୍ଟମେଣ୍ଟ କାମରେ ନିମ୍ନ ମାନର ମେଟାଲ କମ ସିମେଣ୍ଟମିଶାଇ ରାସ୍ତା ନିର୍ମାଣ ହୋଇଛି ଏବଂ ଗାର୍ଡୱାଲ କାମରେ ମେଟାଲ ବଦଳେ ନିମ୍ନ ମାନର ବଡ ବଡ ପଥର ବ୍ୟବହାର କରାଯାଇଛି କାମବେଳେ ଯନ୍ତୀ ଓ ସହକାରୀ ଯନ୍ତ୍ରୀ ଉପସ୍ଥିତ ନରହିବାଯୋଗୁଁ ବାଲିଗୁଡା ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତ ଗୁଡିକରେ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଛି |

ଏନେଇ ସୁଡ୍ରା ଗ୍ରାମପଞ୍ଚାୟତର ନରସିଂହ ମଲ୍ଲିକ କହିଛନ୍ତି ଯେ ମୋ ଅଜାଣତରେ ଯନ୍ତ୍ରୀ ଓ ବିଡିଓ ସବୁବେଳେ ସବୁ କାମ କରୁଛନ୍ତି ଏବଂ ଅଣଦେଖା କରୁଛନ୍ତି | ଗ୍ରାମପଞ୍ଚାୟତ ଅଧିକାରୀ ଓ ଯନ୍ତ୍ରୀଙ୍କ ଦୁର୍ନୀତି ନେଇ ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କେହିବି ଆମକଥା ଶୁଣୁନାହାଁନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି।ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ୱାଡ ମେମ୍ବର ଅନିତା ମଲ୍ଲିକ କୁଶ ମଲ୍ଲିକ ଜୟରାମ ମଲ୍ଲିକ ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ଗ୍ରାମପଞ୍ଚାୟତର ସରପଞ୍ଚ ନରସିଂହ ମଲ୍ଲିକ ଦୃଢ ଦାବୀ କରିଛନ୍ତି | କିନ୍ତୁ ଏ ସମ୍ପର୍କ ରେ ବାଲିଗୁଡା ବିଡ଼ିଓ ନରେଶ ଚନ୍ଦ୍ର ଶବର ଙ୍କୁ ଯୋଗାଯୋଗ କରାଯାଇ ଥିଲା, ଘଟଣା ସମ୍ପର୍କ ରେ ସହକାରୀ ଯନ୍ତ୍ରୀଙ୍କୁ ପଠାଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହିଛନ୍ତି |

ଦୈନନ୍ଦିନ ଖବର ସହିତ ଅପଡେଟ ରହିବା ପାଇଁ ଫେସବୁକରେ ଓଡିଶା ନ୍ୟୁଜ୨୪ପେଜକୁ ଲାଇକ କରନ୍ତୁ

Comments are closed.