Related Contents

ଅକ୍ଟୋବର ୨ରୁ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା

ଭୁବନେଶ୍ୱର(୧୭/୦୯): ଓଡ଼ିଶାରେ ଏଣିକି ପ୍ଲାଷ୍ଟିକ୍ ବ୍ୟବହାର ଉପରେ ଲାଗିବ କଟକଣା । ଆସନ୍ତା ଅକ୍ଟୋବର ୨ରୁ ସମଗ୍ର ରାଜ୍ୟରେ ବ୍ୟାନ୍ ହେବ ପ୍ଲାଷ୍ଟିକ୍ । ଆଜି ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ସହରାଞ୍ଚଳ ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ବି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଉପରେ ରୋକ୍ ଲାଗିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏହାପୂର୍ବରୁ ସ୍ୱାଧୀନତା ଦିବସ ଦିନ ସମଗ୍ର ଦେଶରେ ପ୍ଲାଷ୍ଟିକ୍ ବ୍ୟାନ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଲାଲକିଲ୍ଲାରୁ ଆହ୍ୱାନ ଦେଇଥିଲେ ।

ଦୈନନ୍ଦିନ ଖବର ସହିତ ଅପଡେଟ ରହିବା ପାଇଁ ଫେସବୁକରେ ଓଡିଶା ନ୍ୟୁଜ୨୪ ପେଜ କୁ ଲାଇକ କରନ୍ତୁ

Comments are closed.