Thursday, March 28, 2024

Top 5 This Week

Related Posts

କାଶୀନଗରରେ ନିର୍ମାଣାଧିନ ଇଣ୍ଡୋର ଷ୍ଟାଡିୟମ ହେବ ଖେଳ ର ହବ !

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୨/୧୦) : ଗଜପତି ଜିଲ୍ଲା ର କାଶୀନଗରରେ ନିର୍ମାଣାଧିନ ଇଣ୍ଡୋର ଷ୍ଟାଡିୟମ ଖେଳ ପାଇଁ ହବ ହେବ ବୋଲି କ୍ରୀଡା ପ୍ରେମୀ ମାନେ କହିଛନ୍ତି l

ଫୋରେଷ୍ଟ ଛକରେ ଥିବା ପୁରାତନ ପଶୁ ଚିକିତ୍ସା କେନ୍ଦ୍ର ମଧ୍ୟରେ ଏହି ଇଣ୍ଡୋର ଷ୍ଟାଡିୟମ ୬ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଚାଲିଛି l କିନ୍ତୁ କାଶୀନଗରରେ ନିର୍ମାଣାଧିନ ଇଣ୍ଡୋର ଷ୍ଟାଡିୟମ ର କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହୋଇଛି l ପ୍ରକାଶ ଥାଉ କି ପଶୁ ଚିକିତ୍ସା କେନ୍ଦ୍ର କୁ ଯିବାକୁ ଦୁଇ ପାଖରୁ ରାସ୍ତା ରହିଥିଲା l ଗୋଟିଏ ପଟ ବିଜ୍ଞାପିତ ଅଞ୍ଚଳ ତରଫରୁ ଦୋକାନ ଘର ବାଧା ଯାଇଛି, ଆଉ ଗୋଟିଏ ପଟ ରୁ ନିର୍ମାଣ ପାଇଁ କଞ୍ଚାମାଲ, ବାଲି ଗୁଡ଼ି ଭର୍ତି ହୋଇଛି l

ବର୍ଷାଦିନ ହେତୁ ପଶୁ ଚିକିତ୍ସା କେନ୍ଦ୍ରକୁ ଯିବା ନିମନ୍ତେ ଗୋପାଳକ ମାନେ ରାସ୍ତା ପାଉ ନାହାଁନ୍ତି l ଏହି ନିର୍ମାଣ କାର୍ଯ୍ୟ ପାଇଁ କୁଆଡେ ଶ୍ରମିକ ମିଳୁନାହାଁନ୍ତି ବୋଲି ଶୁଣିବାକୁ ମିଳିଛି l ଷ୍ଟାଡିୟମ ପାଇଁ ଯେତିକି ଯାଗା ଚି଼ହ୍ନଟ କରାଯାଇଛି ତାକୁ ଜବରଦଖଲ ହୋଇ ରହିଛି l ସେଠାରେ ରହିଥିବା ବଡ଼ ବଡ଼ କୋଠା ଗୁଡିକ ର ପନି ଷ୍ଟାଡିୟମ ଭିତର କୁ ପଶୁଥିବା ଦେଖିବାକୁ ମିଳିଛି l

ଏଣୁ ଏହି ଷ୍ଟାଡିୟମ ନିର୍ମାଣ ହୋଇ କାର୍ଯ୍ୟକାରୀ ହେଲେ ବହୁ ଯୁବ କ୍ରୀଡ଼ାକାର ଏହାର ଲାଭ ନେବେ ଏବଂ ଗଜପତି ଜିଲ୍ଲାରେ ଟେବୁଲ ଟେନିସ, ଚେସ, କେରମ ଓ ବହୁ କ୍ରୀଡାରେ ଯୁବକ ମାନେ ସୁନାମ ଅର୍ଜନ କରିପାରିବେ, ହେଲେ ଏହାର ନିର୍ମାଣ କୁ ତ୍ୱରାନ୍ୱିତ କରିବା ସହ ପରିଚାଳନା ପାଇଁ ନୂଆଁ କୋଚ ଓ କ୍ରୀଡା ସାମଗ୍ରୀ ଯୋଗାଇବା ସହ ଭିତ୍ତିଭୂମି ବୃଦ୍ଧି କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ଜଗଦୀଶ ଚୌଧୁରୀ କହିଛନ୍ତି l

Popular Articles