ବୈପାରୀଗୁଡା ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାପୂଜା ପାଳିତ

ରିପୋର୍ଟ: ଏନ ସନ୍ତୋଷ କୁମାର
ବୈପାରୀଗୁଡା(୧୭/୦୯): ବୈପାରୀଗୁଡା ସହରରେ ବିଭିନ୍ନ ସ୍ଥାନରେ ଆଜି ବିଶ୍ୱକର୍ମାପୂଜା ପାଳିତ ହଇଯାଇଛି | ବୈପାରୀଗୁଡା ଅଂଚଳର ସମସ୍ତ ଡ୍ରାଇଭର, ଶ୍ରମିକ, ରାଜମିସ୍ତ୍ରୀ, ବିଦୂତ ବିଭାଗ କର୍ମଚାରୀଙ୍କ ତରଫରୁ ବହୁ ଆଡମ୍ବରେ ରିତୀନୀତି ଅନୁଯାୟୀ ବିଶ୍ୱକର୍ମାପୂଜା ପାଳିତ ହୋଇଥିବା ଜଣାପଡିଛି |

ସ୍ଥାନୀୟ ଡିଏନକେ ପଡିଆରେ ଗାଡିଚାଳକ ସଙ୍ଘ ପୂଜାକମିଟି, କାଠମିଲ ସାହିର ବିଦୂତ ବିଭାଗ, ସ୍ଥାନୀୟ ହାଇସ୍କୁଲ ନିକଟରେ ନେତାଜୀ ଶ୍ରମିକ ସଂଗଠନ ଓ ବୈପାରୀଗୁଡା ବ୍ଲକ ଯନ୍ତ୍ରୀ କାର୍ଯାଳୟରେ ବିଶ୍ୱକର୍ମlଙ୍କ ପୂଜା ହୋଇଥିବା ଦେଖିବାକୁ ମିଳିଛି | ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଭଙ୍ଗିରେ ବିଶ୍ୱକର୍ମlଙ୍କ ପ୍ରତିମୂର୍ତ୍ତି ପୂଜା ପାଉଥିବା ବେଳେ ଅତି ସୁନ୍ଦର ଆଲୋକରେ ସମସ୍ତ ମଞ୍ଚ ସଜ୍ଜିତ ହୋଇଥିବା ଦେଖିବାକୁ ମିଳିଛି | ବୈପାରୀଗୁଡା ସହରର ବିଶ୍ୱକର୍ମାଙ୍କୁ ଦର୍ଶନ ପାଇଁ ଜନଗହଳି ଦେଖିବାକୁ ମିଳିଛି |

Comments are closed.