ରାଇକିଆରେ ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ଚାଳକ ଦିବସ ପାଳିତ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୧୭/୦୯): କନ୍ଧମାଳ ଜିଲ୍ଲା ରାଇକିଆ ରେ ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ଚାଳକ ଦିବସ ପାଳିତ ହୋଇଯାଇଛି |

ଏହି ଦିବସରେ କେତେକ ସଚେତନତା ବାର୍ତ୍ତା ମଧ୍ୟ ଦିଆଯାଇଥିଲା ଯାହା କି ଦ୍ରୁତ ଗତିରେ ଗାଡି ଚଲାନ୍ତୁ ନାହିଁ , ଟ୍ରାଫିକ ନିୟମ ଉଲଂଘନ କରନ୍ତୁ ନାହିଁ, ଗାଡି ଚାଳନା ସମୟରେ ଫୋନରେ କଥାବାର୍ତ୍ତା କରନ୍ତୁ ନାହିଁ, ସିଟ ବେଲ୍ଟ ପିନ୍ଧି ଗାଡି ଚଲାନ୍ତୁ ଆଦି ଅନେକ ବିଷୟରେ ଅତିଥି ମାନେ ପରାମର୍ଶ ଦେଇଥିଲେ | ଫୁଲବାଣୀ ର ସଭାପତି ବାସୁଦେବ କହ୍ନର, ଉପସଭାପତି ଅନନ୍ତ କୁମାର ମାଝୀ, ଆଖ୍ୟା, ବବୁନ, ଟୁଲୁ ଓ ରାଇକିଆର ସଭାପତି ପ୍ରମୋଦ ପ୍ରଧାନ, ଉପସଭାପତି ଶଙ୍କର ବେହେରା, ଗୋପାଳ ରାଓ, ସୌମ୍ୟରଂଜନ ସାହୁ, ବଳରାମ ଚମ୍ପତ୍ତିରୟ , ବଂଟୀ ଦିଗଲ, ପ୍ରଭାକର ପ୍ରଧାନ ସହ ଅନେକ ଗାଡି ଚାଳକ ଯୋଗଦେଇଥିଲେ | ସମସ୍ତେ ରାଇକିଆ ବସଷ୍ଟାଣ୍ଡ ରୁ ବାହାରି କଲେଜ ଛକ ଓ ବେରେଡାକିଆ ଛକ ପର୍ଯ୍ୟନ୍ତ ସହର ପରିକ୍ରମା ମଧ୍ୟ କରିଥିଲେ |

Comments are closed.