Friday, March 29, 2024

Top 5 This Week

Related Posts

ଫୋନ୍‌ ଆସିଲେ ହେଲୋ ନୁହେଁ ବନ୍ଦେ ମାତରମ୍‌ କହିବା ବାଧ୍ୟ : ଏକନାଥ ସିନ୍ଦେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୦୨/୧୦) : ଏଣିକି ଫୋନ୍‌ ଆସିଲେ ଆଉ ହେଲୋ ନୁହେଁ । ଏହା ବଦଳରେ କହିବାକୁ ପଡିବ ବନ୍ଦେ ମାତରମ୍‌ । ଏଭଳି କିଛି ନୂଆ ନିୟମ ଲାଗୁ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ଏଣିକି ଫୋନ୍‌ ଆସିଲେ ସମସ୍ତ ସରକାରୀ କର୍ମଚାରୀ, ସରକାର ଅନୁଦାନ ପ୍ରାପ୍ତ ସଂସ୍ଥା ହେଲୋ ବଦଳରେ ବନ୍ଦେ ମାତରମ କହିବେ । ଏହା ସେମାନଙ୍କ ପାଇଁ ବାଧ୍ୟତାମୂଳକ ବୋଲି ମହାରାଷ୍ଟ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ଏହି ନୂଆଁ ନିୟମ ଲାଗୁ କରାଯାଇଛି ।

କେବଳ ସେତିକି ନୁହେଁ, ସାଧାରଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଏ ନେଇ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ମଧ୍ୟ କୁହାଯାଇଛି । କେହି କାହାକୁ ଭେଟିବାକୁ ଆସିଲେ ତାଙ୍କୁ ବନ୍ଦେ ମାତରମ କହି ସ୍ୱାଗତ କରିବାକୁ ଲୋକଙ୍କୁ ସଚେନତା କରାଯାଉ ବୋଲି ମହାରାଷ୍ଟ୍ର ସରକାର ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ।

ହ୍ୟାଲୋ କହିବା ଅର୍ଥ ବିଦେଶ ସଂସ୍କୃତି ର ନକଲ କରିବା । ଇଏ ଏକ ଏମିତି ଅଭିବାଦନ ଯାହାର ସ୍ୱତନ୍ତ୍ର ମୂଲ୍ୟ କିଛି ନାହିଁ । ଏଥିରେ କୌଣସି ସ୍ନେହଭାବ କି ଆଦରଭାବ ଜାଗ୍ରତ ହେଉନାହିଁ । ତେଣୁ ହେଲୋ ନ କହି ବନ୍ଦେ ମାତରମ କରିବା ଦରକାର ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି ।

ମହାରାଷ୍ଟ୍ରରେ ନୂଆଁ ସରକାର ଆସିବା ପରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁଧିର ମୁଗଣ୍ଟିୱାର ଅଗଷ୍ଟ ମାସରେ ପ୍ରଥମେ ଏହି ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାକୁ ନେଇ କେତେକ ମୁସଲମାନ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଥିଲା । ସେମାନେ ଆପତ୍ତି ଉଠାଇ ଏଭଳି କରିବାକୁ ମନା କରିଦେଇଥିଲେ । ଏବେ କିନ୍ତୁ ରାଜ୍ୟ ସରକାର ଏ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ।

ବିଜେପି ନେତା ସୁଧିର ମୁଗଣ୍ଟିୱାର କହିଛନ୍ତି ‘ଦେଶ ୭୫ ତମ ସ୍ୱାଧିନତା ଦିବସ ପାଳନ କରୁଛି । ଏହାର ଗୁରୁତ୍ୱ ଦୃଷ୍ଟିରୁ ନିଷ୍ପତ୍ତି ହୋଇଛି ଯେ ସରକାରୀ କର୍ମଚାରୀ ଆଉ ହେଲୋ କହିବେ ନାହିଁ ତା ବଦଳରେ ବନ୍ଦେ ମାତରମ କହି ଫୋନ୍‌ରେ କଥାବାର୍ତ୍ତା କରିବେ ।’

Popular Articles