୯ବର୍ଷର ନାବାଳିକାକୁ ନୃଶଂସ ଭାବେ ଯୌନ ନିର୍ଯ୍ୟାତନା

ରିପୋର୍ଟ: ନିରୋଜ ପାଣି
ପାଇକମାଲ(୧୭/୦୯): ବରଗଡ଼ ଜିଲ୍ଲା ପାଇକମାଲ ଥାନାର ଏକ ଗାଁରେ ଜଣେ ୯ ବର୍ଷ ନାବାଳିକାକୁ ଅତି ନୃଶଂସ ଭାବରେ ଅମାନବୀୟ କାର୍ଯ୍ୟ କରାଯାଇଥିବାର ଅଭିଯୋଗ ହୋଇଛି | ପୀଡିତାର ଅତିଶୟ ରକ୍ତଶ୍ରାବ ହେବାରୁ ତାକୁ ତୁରନ୍ତ ବରଗଡ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା ।

ସେଠାରେ ମଧ୍ୟ ରକ୍ତସ୍ରାବ ବନ୍ଦ ନ ହେବାରୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି | ଘଟଣାକ୍ରମରୁ ଜଣାଯାଏ ଯେ, ଉକ୍ତ ଗାଁର ଜଣେ ୧୪ ବର୍ଷ ନାବାଳକ ଝିଅକୁ ଖେଳିବା ପାଇଁ ଡାକି ଅମାନୁଷିକ କାର୍ଯ୍ୟ କରିଥିବା ଜଣାଯାଏ । ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବା ଯୋଗୁଁ ପୋଲିସ ଗୁରୁତର ଓ ଗୁପ୍ତ ଭାବରେ ତଦନ୍ତ କରୁଛନ୍ତି ।

ଦୈନନ୍ଦିନ ଖବର ସହିତ ଅପଡେଟ ରହିବା ପାଇଁ ଫେସବୁକରେ ଓଡିଶା ନ୍ୟୁଜ୨୪ ପେଜ କୁ ଲାଇକ କରନ୍ତୁ

Comments are closed.