ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୧/୧୦) : ଧର୍ମଗଡ଼ ପର୍ଶୁରାମ ସେନା ଆୟୋଜନରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ରାହ୍ମଣ ସମାଜ ର ନୂଆଁଖାଇ ଭେଟ ଘାଟ ପାଳିତ ହୋଇଯାଇଛି ।
ବ୍ରାହ୍ମଣ ସମାଜ ର ଉକ୍ତ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ସ୍ଥାନୀୟ ବ୍ରାହ୍ମଣ ପରିବାର ତଥା ନବରଙ୍ଗପୁର, ପଡୋଶୀ ଛତିଶଗଡ ରାଜ୍ୟ ଓ କଳାହାଣ୍ଡି ଜିଲ୍ଲା ର ସମସ୍ତ ବ୍ଲକ୍ ପ୍ରତିନିଧି ସମେତ ଅଂଶଗ୍ରହଣ କରି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଏହି ଅବସରରେ ପର୍ଶୁରାମ ସେନା ଓ ପ୍ରଜ୍ଞା ବାହିନୀ ତରଫରୁ ରକ୍ତଦାନ ଶିବିର ଆୟୋଜନ କରି ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଧର୍ମଗଡ ଉପଖଣ୍ଡ ରକ୍ତ ଭଣ୍ଡାର କୁ ପ୍ରଦାନ କରାଯାଇଥିଲା ।
ଜୟନ୍ତ କୁମାର ମୁଣ୍ଡ ଓ ଲିଙ୍ଗରାଜ ପାତ୍ର ମଞ୍ଚ ସଞ୍ଚାଳନ କରିଥିଲେ । ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିବାବେଳେ ପ୍ରଜ୍ଞା ବାହିନୀ ସଂଯୋଜୀକା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଓ ମୀନା ମୁଣ୍ଡ ସମେତ ମହିଳା ଅଂଶ ଗ୍ରହଣ କରିଥିଲେ । ପର୍ଶୁରାମ ସେନା ମୁଖ୍ୟ ସଂଯୋଜକ ବିଶ୍ଵ ରଞ୍ଜନ ପାତ୍ର ଓ ଶାନ୍ତନୁ କୁମାର ମୁଣ୍ଡ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଡମ୍ବରୁ ଠାକୁର, ମନୀନ୍ଦ୍ର ପାତ୍ର, ଚନ୍ଦନ ପାତ୍ର, ରାଜାପଣ୍ଡା, ମାନସ ଆଚାର୍ଯ୍ୟ, ଗିରିଜା ଖମାରୀ, ଅଙ୍କିତ ପଣ୍ଡା, ଶାଶ୍ଵତ ପାତ୍ର ସମେତ ପର୍ଶୁରାମ ବାହିନୀ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ସୁରେଶ ମୁଣ୍ଡ, ସତ୍ୟ ପଣ୍ଡା, ଭବାନୀପାଟଣାରେ ଗଠିତ ଆଢ଼କ କମିଟି ର କୋଷାଧ୍ୟକ୍ଷ କ୍ଷୀରୋଦ ନେଗୀ, ହର୍ଷବର୍ଦ୍ଧନ ବେହେରା, ଉମେଶ ପଣ୍ଡା, ସୁନୀଲ ପାତ୍ର, ଗୋପୀନାଥ ପଣ୍ଡା, ବ୍ଲକ ସଭାପତି ଜୟନ୍ତ ବେହେରା, ଅଜିତ ପଣ୍ଡା,ବିଭୂତି ପୁରୋହିତ, ହରିହର ପଣ୍ଡା, ଷଷ୍ଠୀ ମୁଣ୍ଡ, ରଜନୀ ଠାକୁର, ପ୍ରସନ୍ନ ଅଗସ୍ତି, ଶ୍ରିମନ୍ତ ପାଢ଼ୀ, ପ୍ରତାପ ମୁଣ୍ଡ, ଆଇନ ପରାମର୍ଶ ଦାତା ଧନଞ୍ଜୟ ପାତ୍ର ତ୍ରିନାଥ ଠାକୁର, କୈଳାସ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ରହି ସମାଜ ସଂସ୍କାର ଓ ସଙ୍ଗଠନ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
କାୟସ୍ତ୍ ପରିବାର, ଚିଦାନନ୍ଦ ପଣ୍ଡା, ଚନ୍ଦନ ଶତପଥୀ, ସଞ୍ଜୀବ ମୁଣ୍ଡ, ପ୍ରମୁଖ କଳାକାର ମାନେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସଂଯୋଜକ ଇଙ୍ଗିତ ପଣ୍ଡା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ହୃଷୀକେଶ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ପର୍ଶୁରାମ ବାହିନୀ ର ଅକ୍ଲାନ୍ତ ପରିଶ୍ରମରେ ବ୍ରାହ୍ମଣ ମାନଙ୍କ ଏଭଳି କାର୍ଯ୍ୟକ୍ରମ ହୋଇଥିବାରୁ ବ୍ରାହ୍ମଣ ସମାଜ ର ବିଭିନ୍ନ ସ୍ତରରେ ପ୍ରଶଂସା କରାଯାଇଥିଲା ।