ବୈପାରୀଗୁଡାରେ ବିକାଶ ଦିବସ ପାଳିତ

ରିପୋର୍ଟ:ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୧୭/୦୯): କୋରାପୁଟ ନେହୁରୁ କେନ୍ଦ୍ର ଆନୁକୂଲ୍ୟରେ ବୈପାରୀଗୁଡାର ରାମଗିରି ଠାରେ ବିକାଶ ଦିବସ ପାଳିତ ହୋଇଯାଇଛି | କେନ୍ଦ୍ର ସରକାରଙ୍କ ଲୋକହିତକର ବିଭିନ୍ନ ଯୋଜନା କେତେ ସଫଳତା ହୋଇଛି ତାହା ଆଲୋଚନା ହୋଇଥିବା ବେଳେ ଆଗାମୀ ଦିନରେ ଦେଶରେ ଦୁର୍ନୀତି ହଟିବା ପାଇଁ ଉପସ୍ଥିତ ଯୁବକଙ୍କୁ ଶପଥ ପାଠ କରାଯlଇଥିଲା |

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ସ୍ଥାନୀୟ ସରପଞ୍ଚ ରଘୁନାଥ ପାଙ୍ଗି ଯୋଗଦେଇଥିଲେ | ଅନ୍ୟାନ୍ୟ ଅତିଥି ମଧ୍ୟରୁ ବିରୀଖମ୍ବ ଯୁବକ ସଙ୍ଘର ସଭାପତି ଗୁପ୍ତଶ୍ୱେର ଚାରିକି ଓ ମା ତାରିଣୀ ଯୁବକ ସଙ୍ଘର ସଭାପତି ପ୍ରାଭାକର ରାଓ ଯୋଗ ଦଇଥିଲେ | ପାଞ୍ଚଟି ଯୁବକ ସଙ୍ଘର ପଚାଶ ଜଣ ଯୁବକ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ନେହୁରୁ ଯୁବ ସଙ୍ଘର ସ୍ବେଚ୍ଛାସେବୀ ଭୀମସେନ ହରିଜନ ଓ ନରେଶ କୁମାର ମତଲୀୟା ପରିଚାଳନା କରିଥିଲେ | ଫ୍ରେଣ୍ଡସ ୟୁନିଟ କ୍ଳବର ବଲବ ପୂଜାରୀ, ତ୍ରିନାଥ ଫlଲାମ, କିରଣ ହରିଜନ, ସୁକାନ୍ତ ପୂଜାରୀ, ତପଶ ମାଝୀ, ଭଗବାନ ଶିଶl ଯୋଗଦେଥିଲେ |

Comments are closed.