ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣ ଙ୍କ ଶୋଚନୀୟ ମୃତ୍ୟୁ

0
144
ମର୍ମନ୍ତୁଦ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ପାଟଣାଗଡ଼, ତା (୦୧/୧୦) : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।WhatsApp Image 2022 10 02 at 7.25.07 AM 1 ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣ ଙ୍କ ଶୋଚନୀୟ ମୃତ୍ୟୁ

ସୂଚନା ଅନୁସାରେ ପାଟଣାଗଡ଼ ପଟରୁ ପଦ୍ମପୁରକୁ ଯାଉଥିବା ସମୟରେ ଏକ ନୀଳ ରଙ୍ଗର ଏଚ୍‌ଏଫ୍‌ ଡିଲକ୍ସ ଗାଡ଼ି ନଂ ଓଡି-୦୩-ଭି-୦୨୬୧ ପାଟଣାଗଡ଼ ପଟରୁ ଦୃତ ଗତିରେ ଯାଉଥିବା ଏକ ଅଜଣା ଗାଡ଼ି ସହ ଧକ୍କା ହୋଇଥିଲା । ଫଳରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କ ମୃତ ହୋଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ଆଣିଥିଲେ ।

ମୃତକ ଦ୍ଵୟ ସୁରେନ୍ଦ୍ର ବରିହା (୩୦) ଓ ଜୀବର୍ଦ୍ଧନ ବରିହା ତମିଆ ପଞ୍ଚାୟତ ଅନ୍ତର୍ଗତ ଦାବକାନି ଗ୍ରାମ ର ବୋଲି ଜଣାପଡିଛି । ସେମାନେ କୌଣସି କାମରେ ପାଟଣାଗଡ଼ ଥାନା ତାଲପଦର ଗାଁକୁ ଯାଉଥିଲେ ବୋଲି ମୃତକଙ୍କ ଦାଦା କଲେକ୍ଟର ବରିହା କହିଛନ୍ତି । ପୋଲିସ ପିକ୍‌ଅପ୍‌ ଭେନ ଗାଡ଼ି ନଂ ସିଜି-୦ଜିଏକ୍ସ- ୦୬୫୭ ସହ ଡ଼୍ରାଇଭରକୁ ଜୁରିଆ ଟୋଲ ଗେଟ ନିକଟରୁ ଥାନାକୁ ଆଣି ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁଛି ।