ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ-୨୦୨୨ ପାଳିତ

0
199
ଆର୍ନ୍ତଜାତିକ ବରିଷ୍ଠ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୧/୧୦) : ତା. ୦୧/୧୦/୨୦୨୨ ରିଖରେ ଅଶୋକ କଲ୍ୟାଣ ମଣ୍ଡପ, ରାୟଗଡ଼ା ଠାରେ ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ-୨୦୨୨ ଉପଲକ୍ଷେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାନ ର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର ମିଳିତ ଆନୁକୂଲ୍ୟରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ବୃହତ୍‍ ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରାଯାଇଥିଲା ।

ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ତଥା ଆଇନ ବିଭାଗ, ଓଡିଶା ସରକାର ଓ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ମାନ୍ୟବର ବିଧାୟକ, ରାୟଗଡ଼ା ।

ଅଧ୍ୟକ୍ଷ ପୌର ପରିଷଦ ଶ୍ରୀ ମହେଶ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା, ଉପ-ଜିଲ୍ଲାପାଳ ରାୟଗଡ଼ା ଭିମସେନ ଶବର, ଅଧ୍ୟକ୍ଷ ରାୟଗଡ଼ା ପଞ୍ଚାୟତ ସମିତି, କୁମାରୀ ଟୁନି ହୁଇକା, ଉପାଧ୍ୟକ୍ଷ ରାୟଗଡ଼ା ପଞ୍ଚାୟତ ସମିତି ଶ୍ରୀ ହର ପ୍ରସାଦ ହେପ୍ରୁକା, ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଶ୍ରୀ ଲାଲ୍‍ ମୋହନ ରାଉରାୟ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ସମ୍ୟା ପୁଲାକା ଏବଂ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟପକ ଡ. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ବ୍ଲକ ର ୧୭୪ ଜଣ ଓ ପୌର ପରିଷଦର ୪୮ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍‍ସନ ଯୋଜନାରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ମଞ୍ଜୁରି ପତ୍ର ପ୍ରଦାନ କରାଯାଇଥିଲା ଓ ଡାକ୍ତର ମାନଙ୍କ ଦ୍ୱାରା ସମସ୍ତ ହିତାଧିକାରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ପରିମାଣ କରାଯାଇ ଔଷଧ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାୟଗଡ଼ା ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତି ରଶ୍ମିତା ବେହେରା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ବ୍ଲକ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଓ ପଞ୍ଚାୟତିରାଜ ପ୍ରତିନିଧି ଯୋଗ ଦେଇଥିଲେ ।