ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୧୬/୦୯): ମୁରିବାହାଲ ବ୍ଲକ ସ୍ଥାନୀୟ ପଂଚାୟତ ହାଇସ୍କୁଲ ମୁରିବାହାଲ ଠାରେ ସଭାପତି ତଥା ହାଇସ୍କୁଲ ପ୍ରଧାନଶିକ୍ଷକ ପୀତବାସ ସାହୁଙ୍କ ଆହ୍ୱାନ କ୍ରମେ ଏକ ବ୍ଲକ ସ୍ତରୀୟ ଆଲୋଚନା ଚକ୍ର ୨୦୧୯ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ବ୍ଲକ ସଂଯୋଜକ ଷ୍ଟିଫେନ ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ତେନ୍ତୁଳୀଖୁଣ୍ଟି ସରକାରୀ ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଶ୍ରୀମନ୍ତ ନାୟକ ସଭା ସଂଯୋଜନା କରିଥିଲେ | ଏହି କାର୍ଯ୍ୟକ୍ରମରେ ମୁରିବାହାଲ ବ୍ଲକ ର ୧୫ଟି ଉଚ୍ଚବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ | ତେନ୍ତୁଳୀଖୁଣ୍ଟି ହାଇସ୍କୁଲର ବିଷ୍ନୁପ୍ରିୟ ବେହେରା ପ୍ରଥମ, ସିରୋଲ ହାଇସ୍କୁଲର ଏକତା ଲୁହ ଦ୍ଵିତୀୟ, ଆଦର୍ଶ ବିଦ୍ୟାଳୟ ମୁରୀବାହଲର ସୁଯଲ କୁମାର ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ | ଏହି ପ୍ରତିଯୋଗିତା ପ୍ରଥମ ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ରରେ ପ୍ରତିଯୋଗିତାରେ ଭାଗନେବେ ବୋଲି ଜଣାପଡିଛି | କାର୍ଯ୍ୟକ୍ରମ ଶେଷରେ ଇନ୍ଦିରା ଗାନ୍ଧୀ ହାଇସ୍କୁଲ ଦେବଂ ର ବିଜ୍ଞାନ ଶିକ୍ଷକ ଅଶୋକ କୁମାର ତରିଆ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.