ଗୁଣପୁର ନିର୍ବାଚନ ମଣ୍ଡଳୀ ର ଉନ୍ନୟନ କାମ ସମୀକ୍ଷା କଲେ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ

0
121
ଗୁଣପୁର ନିର୍ବାଚନ ମଣ୍ଡଳୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୦୧/୧୦) : ଗୁଣପୁର ନିର୍ବାଚନ ମଣ୍ଡଳୀ ର ଉନ୍ନୟନମୂଳକ କାମ ସମୀକ୍ଷା କରିଛନ୍ତି ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ।

ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ବୈଠକରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧାଦେବ ସିଂ, ରାୟଗଡ଼ା ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଶ୍ରୀ ରବି ନାରାୟଣ ତ୍ରିପାଠୀ, ପ୍ରକଳ୍ପ ପ୍ରଶାସକ ଆଇ.ଟି.ଡି.ଏ. , ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳବେହେରା, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜକ ମିଶନ ରାୟଗଡ଼ା ଓ ଗୁଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ, ଶ୍ରୀ ନୃସିଂହ ଚରଣ ସେଠୀ, ଶ୍ରୀ ଜର୍ଜ ଡୁଙ୍ଗଡୁଙ୍ଗ, ଶ୍ରୀମତୀ ରୀନା ପ୍ରଧାନ, ସୁଶ୍ରୀ ପ୍ରଭାତୀ ଝଡ଼ିଆ, ପ୍ରମୁଖ ଓ ରାସ୍ତା ଓ କୋଠା ବାଡ଼ି, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, କୃଷି, ଜଳସେଚନ, ଉଦ୍ୟାନ ବିଭାଗ ଭଳି ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

ଏହି ବୈଠକରେ ବିଶେଷ କରି ବିଧାୟକ ଅନୁଦାନ ପାଣ୍ଠି, ବିଜୁ, କେ.ବି.କେ. କ୍ରିଟିକାଲ ମେପ ଫଣ୍ଡ, ଜିଲ୍ଲା ଖଣିଜ ପାଣ୍ଠି, ସ୍ୱତନ୍ତ୍ର ସମସ୍ୟା ପାଣ୍ଠି ଉପରେ ସମୀକ୍ଷା କରିଥିଲେ । ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡିକର ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ ।

କ୍ରୀଟୀକାଲ ଗେପ ଫଣ୍ଡ, ତଥା ମିନି ଷ୍ଟାଡିୟମ, ମେଡିକାଲ ବିଲ୍ଡିଂଗ, ବସଷ୍ଟାଣ୍ଡ, 5T ସ୍କୁଲ, କଲ୍ୟାଣ ମଣ୍ଡପ ଅତିଶୀଘ୍ର ସମ୍ପୂର୍ଣ୍ଣ କରିବା ନିମନ୍ତେ କହିଥିଲେ । କୃଷି ବିଭାଗ ତରଫରୁ କୃଷକ ମାନଙ୍କୁ ଦୈତ ଚାଷ, ଉଦ୍ୟାନ ବିଭାଗ ତରଫରୁ ଫୁଲ ଚାଷ, ଉନ୍ନତ ଧରଣର ଫଳ ଚାଷ ପ୍ରତି ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ । ଉଠା ଜଳସେଚନ ବିଭାଗ ର ବୃହତ ଉଠା ଜଳସେଚନ କାର୍ଯ୍ୟ ଆଦି ଶୀଘ୍ର ସାରିବାକୁ ବିଧାୟକ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଗୁଣପୁର ଓ ଗୁଡ଼ାରୀ ସହରାଞ୍ଚଳରେ ପାନୀୟ ଜଳ ର ସୁବ୍ୟବସ୍ଥା କରିବା ନିମନ୍ତେ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସେମାନଙ୍କ ବ୍ଲକରେ ଚାଲୁଥିବା ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ସହ ଶୀଘ୍ର ଶେଷ କରିବା ପାଇଁ ଆଦେଶ ଦେଇଥିଲେ ।

ଗୁଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ମୁଖ୍ୟ ରାସ୍ତା, ଗ୍ରାମ୍ୟ ରାସ୍ତା ନିର୍ମାଣ ତୁରନ୍ତ ସାରିବାକୁ ଅଧିକାରୀ ମାନଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ଗୁଣପୁର ନିର୍ବାଚନ ମଣ୍ଡଳୀ ଯେପରି ଏକ ନମ୍ୱର ହେବ ସେଥି ନିମନ୍ତେ ସମସ୍ତେ ଚେଷ୍ଟା କରିବାକୁ ସବୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ ।