Thursday, March 28, 2024

Top 5 This Week

Related Posts

ଆଜି ମହାଷଷ୍ଠୀ : ବଗଳାମୁଖି ବେଶରେ ଦର୍ଶନ ଦେଉଛନ୍ତି ମାଁ କଟକ ଚଣ୍ଡୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୧/୧୦) : ଆଜି ମହାଷଷ୍ଠୀ । ଜଗତଜନନୀ ମାଁ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ । ଦୁଇ ବର୍ଷ ପରେ ଜାକଜମକରେ ମାଆଙ୍କ ପୂଜା ଆୟୋଜନ ହେଉଥିବାରୁ ସବୁଠି ଉତ୍ସାହ ର ପରିବେଶ ।

ଆଜି ମହାଷଷ୍ଠୀ ଅବସରରେ ବିଭିନ୍ନ ଶକ୍ତି ପୀଠରେ ମାଁ ଙ୍କ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ଷଷ୍ଠୀ ପୂଜା ହେଉଛି । ସଂନ୍ଧ୍ୟାରେ ବିଲ୍ୱବରଣ ପରେ ମାଆଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ । ଏଥିଲାଗି ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି । ସୁନା, ଚାନ୍ଦି ମେଢ଼ରେ ମାଁଙ୍କ ମୃଣ୍ମୟ ମୂର୍ତ୍ତି ସଜ୍ଜା ଯାଇଛି ।

କଟକ ର ବିଭିନ୍ନ ମଣ୍ଡପରେ ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖିଝଲସା ଆଲୋକ ମାଳାରେ ଝଲସିଲାଣି ପୂଜା ମଣ୍ଡପ । କଟକ କଲେଜ ଛକ ପୂଜା ମଣ୍ଡପରେ ଏଥର ନୂଆ କରି ମାଁ ଚାନ୍ଦି ମେଢରେ ଶୋଭା ପାଇବେ । ଏଠାରେ ପ୍ରାୟ ୩ କୁଇଣ୍ଟାଲ ଚାନ୍ଦିରେ ମେଢ ପ୍ରସ୍ତୁତ ହୋଇଛି । ଏହାସହ କଟକ ସହରରେ ଦୁଇଟି ସୁଉଚ୍ଚ ତୋରଣ ଦେଖିବାକୁ ମିଳିବ । ବାଦାମବାଡ଼ିରେ ଏଥର ଫିଲ୍ମ ବାହୁବଳୀ ର ମାହେସ୍ମତି ତୋରଣ ହୋଇଛି । ଖାନନଗରରେ ଅମରନାଥ ଗୁମ୍ଫା ତୋରଣ ପ୍ରସ୍ତୁତ ହୋଇଛି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରମୁଖ ପୂଜାମଣ୍ଡପ ଗୁଡ଼ିକରେ ବ୍ୟାପକ ଆୟୋଜନ କରାଯାଇଛି । ନୂୟାପଲ୍ଲୀ, ସହିଦ ନଗର, ଝାରପଡ଼ା, ରସୁଲଗଡ଼, ବରମୁଣ୍ଡା ଓ ଷ୍ଟେସନ ବଜାର ଆଦି ପ୍ରମୁଖ ମଣ୍ଡପ ସହ ସହରରେ ଶତାଧିକ ମଣ୍ଡପରେ ପୂଜା ପାଇବେ ମାଁ । ସେହିପରି ବ୍ରହ୍ମପୁର, ରାଉରକେଲା ଓ ବାଲେଶ୍ୱର ଆଦି ସ୍ଥାନରେ ବି ବେଶ୍ ଧୁମ୍‌ଧାମରେ ପାଳନ ହେଉଛି ପୂଜା । ଆଜି ମାଁ କଟକ ଚଣ୍ଡୀଙ୍କ ବଗଳାମୁଖି ବେଶରେ ଦର୍ଶନ ଦେଉଛନ୍ତି । ସେହପରି ମାଁ ଗଡଚଣ୍ଡୀ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି । ଗତକାଲି ମାଁ କଟକ ଚଣ୍ଡୀ ଗାୟତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ।

Popular Articles