ଚକ୍ଷୁ ପରୀକ୍ଷା ଶିବିର”ସୁନେତ୍ର”

ରିପୋର୍ଟ-ଡିଲେଶ୍ୱର ବାଗ
ପଦ୍ମପୁର(୧୭୦/୦୯): ଆଜି ମଙ୍ଗଳବାର ଦୀନ ସ୍ୱାସ୍ଥ୍ୟ ବିଭାଗ ଜମଳା ଓ ଶିକ୍ଷା ବିଭାଗ, ରାଜବୋଡା ସମ୍ବର ମିଳିତ ପ୍ରଚେଷ୍ଟାରେ ପଦ୍ମପୁର ରାଜବୋଡା ସମ୍ବର ଉଚ୍ଚ ବିଦ୍ୟାଳୟ ଠାରେ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ଚକ୍ଷୁ ବିଭାଗ ,ପଦ୍ମପୁର ଶ୍ରୀଯୁକ୍ତ କିଶୋର ପଧାନ, ଶ୍ରୀଯୁକ୍ତ ସୁରେଶ କୁମାର ପତି ଓ ଶ୍ରୀମାନ ସରୋଜ ସେଠ ଚକ୍ଷୁ ପରୀକ୍ଷା କରିଥିଲେ।ଶିକ୍ଷା ବିଭାଗର ଶ୍ରୀଯୁକ୍ତ ଭଗବାନ ତରିଆ, ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ସାହୁ, ଗୋଷ୍ଠି ସମ୍ବଳ ଶିକ୍ଷକ ଶ୍ରୀମତୀ ରିତା ମେହେର, ଶ୍ରୀଯୁକ୍ତ ଜଗନ୍ନାଥ ବେହେରା, ହିସାବ ରକ୍ଷକ ଏବଂ ୫ଜଣ ଶିକ୍ଷା, ସ୍ବେଚ୍ଛାସେବୀ, ରାଧାକାନ୍ତ ଧରାଇ, ଚିତ୍ତରଞ୍ଜନ ଛତର ,ସୁନିତା ମେହେର, କୀର୍ତ୍ତି ଚନ୍ଦ୍ର ସାହୁ ଙ୍କ ପ୍ରଚେଷ୍ଟାରେ ଶିବିର ସଫଳ ହୋଇଥିଲା।ସହ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜୟ କୁମାର ସାହୁ ଓ ବିପିନ ବିହାରି ମିଶ୍ର ଉପସ୍ଥିତ ଥିଲେ।ଏହି ଶିବିରକୁ ପ୍ୟାଗେଜ ସିଂ ,ଶିକ୍ଷା ବିଭାଗ ଜମଳା,ଭାରପ୍ରାପ୍ତ ଅଧିକାରି ଓ ଶ୍ରୀଯୁକ୍ତ ସୁଧାଂଶୁ ପଧାନ ବ୍ଲକ ପ୍ରୋଗ୍ରାମ ମେନେଜର ପରିଚାଳନା କରିବା ସହିତ ଆର ବି ଏସ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.