ଚଟ୍‌ପଟା କର୍ନ ମସଲା

0
105
ଚଟ୍‌ପଟା କର୍ନ ମସଲା

ଉପସ୍ଥାପନା : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୧୦) : ଆଜି ଆମେ ଖାଦ୍ୟ ପ୍ରେମୀଙ୍କ ନିକଟରେ ପ୍ରସ୍ତୁତ କରୁଅଛୁ ଚଟ୍‌ପଟା କର୍ନ ମସଲା ତିଆରି କରିବାର ସହଜ ଉପାୟ ।

ଚଟ୍‌ପଟା କର୍ନ ମସଲା ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଲା :- ମକା (sweet corn), ଅଦା ରସୁଣ ବଟା, ପିଆଜ, ଟମାଟୋ, କାଜୁ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା, ଧନିଆ ପତ୍ର, ଲୁଣ ଓ ତେଲ ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଏକ ପାତ୍ରରେ ମକାକୁ ସିଝାଇ ଦିଅନ୍ତୁ । ଏହା ସିଝିଗଲା ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ପରେ କରେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲେ ସେଥିରେ ଜିରା, ପିଆଜ ଓ ଅଦା-ରସୁଣ ବଟା ପକାଇ କଷନ୍ତୁ । ମସଲା ଅଳ୍ପ କଷି ହୋଇଗଲା ପରେ ସେଥିରେ ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଓ ଆବଶ୍ୟକୀୟ ଅନୁସାରେ ଲୁଣ ପକାଇ ପୁଣି କଷନ୍ତୁ ।

ମସଲା ଭଲ ଭାବେ କଷି ହୋଇଗଲା ପରେ ସେଥିରେ କାଜୁ ପେଷ୍ଟ୍ ପକାଇ ଆଉ ୫ ମିନିଟ୍‌ ପର୍ଯ୍ୟନ୍ତ କଷନ୍ତୁ । ତା’ପରେ ସେଥିରେ ସିଝା ହୋଇଥିବା ମକାକୁ ପକାଇ ଗୋଳାଇ ଦିଅନ୍ତୁ । ୨ ମିନିଟ୍‌ ପରେ ଅଳ୍ପ ପାଣି ଦେଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ଗ୍ୟାସ ବସାଇ ଦିଅନ୍ତୁ । ମକା ରୁ ପାଣି ମରିଗଲା ପରେ ସେଥିରେ ଧନିଆ ପତ୍ର ପକାଇ ଦିଅନ୍ତୁ । ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ‘ଚଟ୍‌ପଟା କର୍ନ ମସଲା’ ।