ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର(୧୬/୦୯): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବିଜେପୁର ପଂଚାୟତ ଠାରେ ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷା ସଞ୍ଜିତା ପ୍ରତିଙ୍ଗା, ତହସିଲଦାର ଶ୍ରୀ ମାନସ କୁମାର ଘରେଇ ଯୋଗଦେଇ ୧୯୫ ଜଣଙ୍କ ଅଭିଯୋଗ ଶୁଣିଥିଲେ |

ଓ ଏଲ ଏମ ତରଫରୁ ସ୍ଵଣଟଣା ଏସଏଜଜି ଓ ଜିହୋବାଜିରୀ ଏସଏଜଜି ଗ୍ରୁପକୁ ପଚାଶ ହଜାର ଟଙ୍କା ଲେଖାଏ ଲୋନ ବାବଦରେ ଚେକ ପ୍ରଦାନ କରାଗଲା | ଏଥିରେ ସମ୍ମାନିତ ଅତିଥି ଭାବେ ବିଜେପୁର ସରପଞ୍ଚ ଶ୍ରୀ ଗହୀ ହଣ୍ଡନକା, ଏ ଆର ଆଇ ଅଭି ବ୍ରେକେବେଡା, ଏପିଓ ବିନୟ ପାଣି, ବ୍ଲ ସମ୍ପ୍ରସାରଣ ଅଧିକାର, ତଲଵାର ଜେନା, ପ୍ରଦୀପ କୁମାର ବେହେରା, କବିରାଜ ସହ ଅନ୍ୟ ବ୍ଲକ ବିଭାଗ କର୍ମକର୍ତ୍ତା ଉପସ୍ଥିତ ଥିଲେ | ବିଜାପୁର ପଂଚାୟତ ପିଇଓ ସୁଶୀଲ ନିମଲ ପୁରୀ, ଯୋଗାଣ ସହାୟକ ଜାକବ ପଡାଗଣ୍ଡ, ଜିଆରଏସ ବାବୁଲା ପରିଚାଳନା କରିଥିଲେ |

Comments are closed.