ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର

0
141
ଶସ୍ତା ହେଲା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୧/୧୦) : ନବରାତ୍ରୀ ବେଳେ ଗ୍ରାହକଙ୍କୁ ମିଳିଛି ବଡ ଆଶ୍ୱସ୍ତି । ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର । ଶସ୍ତା ହୋଇଛି କମର୍ସିଆଲ୍‌ ସିଲିଣ୍ଡର ର ଦାମ୍‌ ।

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଅନୁଯାୟୀ ଆଜିଠାରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା, କୋଲକାତାରେ ୩୬.୫୦ ଟଙ୍କା ଏବଂ ମୁମ୍ବାଇରେ ୩୫.୫୦ ଟଙ୍କା ଶସ୍ତା ହୋଇଛି । ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର । ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡର ଦାମ୍‌ରେ ଏହି ପରିବର୍ତ୍ତନ ଘଟିଛି । ସେପଟେ ଘରୋଇ ତଥା ୧୪.୨ ଏଲ୍‌ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଜୁଲାଇ ୬ ରେ ଘରୋଇ ଏଲପିଜି ସିଲିଣ୍ଡର ର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।

କ୍ରମାଗତ ଷଷ୍ଠ ମାସ ପାଇଁ ବ୍ୟବସାୟିକ ସିଲିଣ୍ଡର ର ମୂଲ୍ୟ ହ୍ରାସ କରାଯାଇଛି । ମେ ମାସରେ ଏହାର ମୂଲ୍ୟ ୨୩୫୪ ଟଙ୍କାରେ ପହଞ୍ଚିଥିଲା, କିନ୍ତୁ ସେବେଠାରୁ ଏହା କ୍ରମାଗତ ଭାବେ ହ୍ରାସ ପାଇଚାଲିଛି । ସେପ୍ଟେମ୍ବରରେ ମଧ୍ୟ ୧୦୦ ଟଙ୍କା ଦର କମିଥିଲା । ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ, ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦର ଆଜିଠାରୁ ଦିଲ୍ଲୀରେ ୧୮୯୫.୫୦ ଟଙ୍କା, କୋଲକାତାରେ ୧୯୫୯ ଟଙ୍କା, ମୁମ୍ବାଇରେ ୧୮୧୧.୫୦ ଟଙ୍କା ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କା ଉପଲବ୍ଧ ହେବ । ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ର ମୂଲ୍ୟ ହ୍ରାସ ହେବା ସହିତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଢ଼ାବାରେ ଖାଇବା ପିଇବା ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି ।

ସେପଟେ ପ୍ରାକୃତିକ ଗ୍ୟାସ ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଞ୍ଚିଛି । ବର୍ତ୍ତମାନ ପାଇପ୍ ମାଧ୍ୟମରେ ରୋଷେଇ ଘରେ ପହଞ୍ଚୁଥିବା CNG ଏବଂ PNG ଗ୍ୟାସ ର ମୂଲ୍ୟରେ ବୃଦ୍ଧି ହୋଇପାରେ ବୋଲି ସୂଚନା ରହିଛି ।