୧୦ ଲକ୍ଷ ଟଙ୍କାର ମନରେଗା ନିମ୍ନମାନର କାର୍ଯ୍ୟହୋଇଥିବା ଅଭିଯୋଗ

ରିପୋର୍ଟ – ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର(୧୭/୯): ରାୟଗଡା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ପଞ୍ଚାୟତର ତାଡିଝଲା ଗ୍ରାମରେ ଦେଖିବାକୁ ମିଳିଛି । ଏହି ଏମ ଜି ଏନ ଆର ଇ ଜି ଏ(ମନରେଗା) ପାଣ୍ଟିର ମୁଣ୍ଡା କାର୍ଯ୍ୟକୁ ଗ୍ରାମବାସୀ ମନାକରିବା ସତ୍ୱେ ଠିକାଦାର କରକରିଆ ଲିଙ୍ଗା, କରକରିଆ ବାଟିଓ, ଜେଇ ପାଣିଗ୍ରାହୀଙ୍କ ମିଳିତ ଉଦ୍ୟମରେ ପେଡିପଦର ଗ୍ରାମ ନିମନ୍ତେ ଏକ ଅଯୋଗ୍ୟ ସ୍ଥାନରେ ଦଶ ଲକ୍ଷ ଟଙ୍କାର କାର୍ଯ୍ୟ ଆରମ୍ଭ କରିଅଛନ୍ତି |

ସେହି ମୁଣ୍ଡାଠାରୁ କୌଣସି ଜମିକୁ ପାଣି ମାଡ଼ିବାର ରାସ୍ତା ନାହିଁ, ତେଣୁ ପେଡିପଦର ଗ୍ରାମବାସୀ ବାରମ୍ବାର ସେହି କାର୍ଯ୍ୟକୁ ରୋକିବା ପାଇଁ ବିଭିନ୍ନ ଅଭିଯୋଗ କରିଥିଲେ ସୁଦ୍ଧା ଜେଇ ପାଣିଗ୍ରାହୀ ଓ ଠିକାଦାର କରକରିଆ ଲିଙ୍ଗା ଏବଂ କରକରିଆ ବାଟି ନିଜ ଇଚ୍ଛା ହିସାବରେ ସେହି ଜାଗା ଉପରେ ମୁଣ୍ଡା କାମ କରିଛନ୍ତି | ତାହା ସ୍ଵଳ୍ପ ବର୍ଷା ହେବା ମାତ୍ରେ ମୁଖ୍ୟ କାନ୍ଥକୁ ଭାଙ୍ଗିବା ସହ ସାଇଡ କାନ୍ଥକୁ ମଧ୍ୟ ଭାଙ୍ଗିବା ଦେଖାଦେଇଛି | ମୁଖ୍ୟ କାନ୍ଥ ତଳ ଆଡ଼ରୁ କଣା କରି ପାଣି ଚାଲିଯାଉଛି | ଏହି ଘଟଣାକୁ ଜିଲ୍ଲାପାଳ ଓ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ନିକଟରେ ମଧ୍ୟ ଉପାଧ୍ୟକ୍ଷଙ୍କ ସ୍ବାମୀ ନିଜେ ଭିଡିଓ ଚିତ୍ର ଦେଖାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେବା କହିଛନ୍ତି । ସେ କହିଛନ୍ତି ଯେ ସେହି ଜାଗାରେ ଏହି ମୁଣ୍ଡାହେଲେ ଚାଷ ଜମି ପାଇଁ ଉପଯୋଗ ହେବ ନାହିଁ ବୋଲି ଜେଇଙ୍କୁ ମଧ୍ୟ କହିଥିବାର ପ୍ରକାଶ କରୁଛନ୍ତି ।

ହେଲେ ଏଥିରେ ଜଣାପଡୁଛି ଯେ ଜେଇ ଓ ଠିକାଦାର ମିଳିତ ଟଙ୍କା ହେରଫେର କରିବା ବାହାନାରେ ଏହି ଜାଗାରେ ମୁଣ୍ଡା ତିଆରି କରିଛନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିବା ଦେଖିବାକୁ ମିଳିଛି । ଗ୍ରାମବାସୀମାନେ ଜେଇଙ୍କୁ ବାରମ୍ବାର କହିଥିଲେ ପୁରୁଣା ମୁଣ୍ଡା ମରାମତି କଲେ ମାତ୍ର ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ସେହି ଜାଗାରେ ଆମ୍ଭମାନଙ୍କ ପାଇଁ ଭଲ ହୋଇ ପାରିବ ଆଉ ସେହି ଠାରୁ ହିଁ ଆମ ଗାଁ ପାଇଁ ପାଣି ଆସିବ ବୋଲି ବାରମ୍ବାର ଜେଇ ମହାଶୟଙ୍କୁ ଅଭିଯୋଗ କରି ପ୍ରାୟ ଏକ ମାସ କାମ ବନ୍ଦକରିଥିବା ଗ୍ରାମବାସୀ ପ୍ରକାଶ କରୁଥିବା ଶୁଣିବାକୁ ମିଳୁଛି । ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଏ ମୁଣ୍ଡା ଉଦେଶ୍ୟରେ ଟଙ୍କା ହଡ଼ପ କରିବାର ବାହାନାରେ ଏହି ଯାଗାରେ ମୁଣ୍ଡା କରିଛନ୍ତି ବୋଲି ପେଡିପଦର ଗ୍ରାମର କାଡ୍ରାକା ରଘୁନାଥ,କାଡ୍ରାକା କୀର୍ତ୍ତି, ପୂର୍ବତନ ସରପଞ୍ଚ କାଡ୍ରାକା ରାଇନା,ୱାର୍ଡ ମେମ୍ବର ଡାଲସିଂ ପ୍ରେପାକା, କାଡ୍ରାକାଶଶି, କାଡ୍ରାକା ରାମମୂର୍ତ୍ତି, କାଡ୍ରାକା ଜୟରାମ, କାଡ୍ରାକା ରମାୟା, କାଡ୍ରାକା ହକିନା,କାଡ୍ରାକା ବିସିନାଥ, କାଡ୍ରାକା ଶିରି ଓ କାଡ୍ରାକା ରାମାରାଓ ପ୍ରକାଶ କରିଛନ୍ତି।

Comments are closed.