ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୧୫/୦୯): କୋରାପୁଟ ଜିଲ୍ଲାର ଲମତାପୁଟ୍ ବ୍ଲକର ବ୍ଲକ କାର୍ଯ୍ୟାଳୟ ପରିସରରେ କୋରାପୁଟ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଅଭିଯୋଗ ଶୁଣାଣି ବୈଠକ ହୋଇଯାଇଛି ।

ଏଥିରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ମିଶ୍ର, ଏସପି ମୁକେଶ କୁମାର ଭାବୋ, ପିଡି ପିକେ ନାୟକ ଓ ଉପଜିଲଲାପାଳ ପ୍ରମୁଖ ଉପସ୍ଥିତ ରହି ଲମତାପୁଟ ବ୍ଲକର୧୫ ଟି ପଞ୍ଚାୟତର ୫୯ଟି ଅଭିଯୋଗ ଶୁଣିଥିଲେ ।ଏହା ମଧ୍ୟରେ ଗମନାଗମନ, ଶିକ୍ଷା ପାଣି, ସ୍ୱାସ୍ଥ୍ୟ,ବିଦ୍ୟୁତ ବିଷୟ ଗୁଡିକରେ ଅଭିଯୋଗ ଆସିଥିଲା । ଏହାର ତୁରନ୍ତ ସମାଧାନ କରିବାପାଇଁ ବୈଠକରେ ଉପସ୍ଥିତ ଥିବା ସମସ୍ତ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କରି ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.