ବାଲିଗୁଡା ଏନଏସି ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳିତ

0
168
ବାଲିଗୁଡା ଏନଏସି

ରିପୋର୍ଟ : ବିଭୂତି ଲହରୀଆ
ବାଲିଗୁଡା, (୩୦/୦୯) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ଏଗାର ଟି ୱାର୍ଡରେ ଅନୁଷ୍ଠିତ ହୋଇଛି ।

ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବସ୍ତି ବାସିନ୍ଦା ଉନ୍ନୟନ ସଂଘ, ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଝୋଟି, ଚିତ୍ରାଙ୍କନ, ନୃତ୍ୟ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତି ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, କାଉନସିଲର, ସିଏମଏମୟୁ ସୁଧାଂଶୁ ମୋହନ ହୋତା, ଏମଆଇଏସପି କମ୍ବୁ ପାଣି ପାଣିଗ୍ରାହୀ, ମୁକ୍ତା ପ୍ରକଳ୍ପ କୋଡ଼ିନେଟର ପ୍ରଭାତ ଘଡେଇ ସିଓ ମିନାକ୍ଷୀ ପାଣିଗ୍ରାହୀ, ସଂଯୁକ୍ତା ଭୂଇଁୟା, ୱାର୍ଡ ଅଧିକାରୀ, ଏସଡିଏ ସଭାପତି, ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ୱାର୍ଡରେ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।