ଢାବାରେ ପାଇକମାଳ ପୋଲିସର ଚଢ଼ାଉ, ଦେଶୀ,ବିଦେଶୀ ମଦ ସହ କଫସିରଫ ଜବତ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୧୬/୦୯): ବରଗଡ଼ ଜିଲ୍ଲା ପାଇକମାଳ ଥାନା ବୁକୁରାମୁଣ୍ଡା ଗ୍ରାମର ବେହେରା ଢାବାରେ ବ୍ୟାପକ ମାତ୍ରାରେ ଚୋରା ଚାଲାଣ ହେଉଥିବା କଫସିରଫ ଏବଂ ଦେଶୀ, ବିଦେଶୀ ମଦକୁ ପାଇକମାଳ ପୋଲିସ ଚଢ଼ାଉ କରି ଜବତ କରିଛି |

ବିଶ୍ୱସ୍ତ ସୂତ୍ରରୁ ଜଣାଯାଏ ଯେ ଉକ୍ତ ଢାବାର ମାଲିକ ଶ୍ରୀ ଲିଙ୍ଗରାଜ ବେହେରା(ଦେଶାନ୍ତର) ବହୁ ଦିନରୁ ଏପରି ଅନୈତିକ ଅସାମାଜିକ କାମରେ ଲିପ୍ତ ଅଛନ୍ତି | ସାଧାରଣ ଜନତା ମାନଙ୍କ ଆଲୋଚନାରୁ ଜଣାଯାଉଛି ଯେ ପାଇକମାଳ ଥାନା ଅବଧି ଥିବା ଅନେକ ଧାଵା ଏବଂ ଗାଁ ଗାଁ ଏମିତି ଅନେକ ମାଦକ ଦ୍ରବ୍ୟ ବିକ୍ରୟ ହେଉଥିବାରୁ ଅନେକ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି | ଏଥିପ୍ରତି ପାଇକମାଳ ପୋଲିସ ସକ୍ରିୟ ଭୂମିକା ଗ୍ରହଣ କଲେ ହୁଏତ ଆଗାମୀ ଦିନରେ ଅସାମାଜିକ, ଅନୈତିକ ଅମାନୁଷିକ କାର୍ଯ୍ୟ କଳାପ ଲୋପ ପାଇପାରିବ |

Comments are closed.