କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ପରବର୍ଦ୍ଧୀତ କାର୍ଯ୍ୟକାରିଣି ବୈଠକ

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି(୧୬.୦୯.୧୯): କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣି ବୈଠକ ଦଳର ଜିଲ୍ଲା ସଭାପତି ସରୋଜ କଣ୍ଣଙ୍କ ସଭାପତିତ୍ବରେ କଳିଙ୍ଗା ସ୍ଥିତ ପୂର୍ତ୍ତ ବିଭାଗ ବଙ୍ଗଳିଠାରେ ଅନୁଷ୍ଠିତ ହୋଇଯାଇଛି।

ଆଲୋଚିତ ବୈଠକରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମାନ୍ୟବର ବିକ୍ରମ କେଶରୀ ଆରୁଖ ଯୋଗଦେଇ ଜିଲ୍ଲାର ସମସ୍ତ ଦଳୀୟ କର୍ମିଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଯେ ଆପଣମାନଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ବାରା ଦୀର୍ଘ ବର୍ଷ ପରେ କନ୍ଧମାଳ ଜିଲ୍ଲାର ସମସ୍ତ ୩ ବିଧାୟକ ଆମ ଅକ୍ତିଆରକୁ ଆସିପାରିଛି। ଶ୍ରୀ ଆରୁଖ କର୍ମୀ ମାନଙ୍କୁ ବୁଝାଇଥିଲେ ଯେ କଥା କମ୍ କହି ଲୋକଙ୍କପାଇଁ କାମ ଅଧିକ କଲେ ଭୋଟର ଭାଇ ମାନେ ଆମଠୁ ଅଲଗା ହୋଇପାରିବେ ନାହିଁ। ଏହା ସହ କନ୍ଧମାଳ ସଭ୍ୟ ସଂଗ୍ରହ ଦାୟୀତ୍ବରେ ଥିବା ବିଧାୟକକ ପ୍ରତାପ ଦେବ ସଭ୍ୟ ସଂଗ୍ରହର ନୀତି ନିୟମ ସଂପର୍କରେ ବୁଝାଇଥିଲେ।ଉକ୍ତ ବୈଠକରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣି କୟଁର,ଫୁଲବାଣି ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ,ପୂର୍ବତନ ସାଂସଦ ସୁଗ୍ରୀବ ସିଂ,ପୂର୍ବତନ ବାଲିଗୁଡା ବିଧାୟକ ରାଜିବ ପାତ୍ର,ପୂର୍ବତନ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପି.ସଞ୍ଜିବ ପାତ୍ର,ପ୍ରଦୀପ ପ୍ରଧାନ, ଜିଲ୍ଲାର ସମସ୍ତ ବ୍ଳକ ସଭାପତି ଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ।

Comments are closed.