ଗୁଡାରି ଏନଏସିର ଗୋୖଡସାହି ବୁଥ କେନ୍ଦ୍ରରେ ତାଲା, ଜନସାଧାରଣ ଅସନ୍ତୋଷ

ରିପୋର୍ଟ: ଲୋକନାଥ ସାହୁ
ଗୁଡାରି (୧୫/୦୯): ଆଜି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗୁଡାରି ଏନଏସିରେ ୭ଗୋଟି ବୁଥ କେନ୍ଦ୍ରରେ, ସ୍ପେସିଆଲ କେମ୍ପିଙ୍ଗ କାର୍ଯ୍ୟାଦାୟିତ୍ୱ ଗୁଡାରି ଏନଏସିର କର୍ମଚାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି | ଏହାଦ୍ୱାରା ଗୁଡାରି ଏନଏସିର ସମସ୍ତ ଭୋଟର ଓ ସମସ୍ତ ଜନସାଧାରଣ ଙ୍କ ଭୋଟର ତାଲିକାରେ ନୂତନ ପଞ୍ଜିକରଣ ଯୋଗ ଓ ବିୟୋଗ ଇତ୍ୟାଦି କରାଯିବ ନିୟମ ଗୁରୁ ଦାୟିତ୍ୱ ରହି ଅଛି |

ଏହି ଗୁରୁଦାୟିତ୍ୱ କୁ ଅବମାନନା କରିବା, କେବଳ ଗୌଡ଼ ସହି ବୁଥରେ ହୋଇଅଛି | ଗୋୖଡସାହି ବୁଥ୍ରେ ହିତାଧିକାରୀ ମାନେ ଖରାରେ ଠିଆ ହୋଇ ହନ୍ତସନ୍ତ ହେଵସାଙ୍ଗକୁ ଗାଳିଗୁଲଜ କରି ଘରକୁ ଫେରିଛନ୍ତି | ମଜୁରିକାମ ବନ୍ଦ କରି ମଧ୍ୟ କିଛି ଲୋକ ରହି ଥିଲେ | କିନ୍ତୁ ନିରାଶରେ ଫେରିବା ଦେଖିବାକୁ ମିଳିଥିଲା | ଗୁଡାରି ଏନଏସିରେ ଯାଇ ଜନସାଧାରଣ ବୁଝିବାରୁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଗାୟତ୍ରୀ ସାହୁ କିଏ କହିଲେ ହାଇଦ୍ରାବାଦ କିଏ କହିଲେ ଗୁଣୁପୁର ଯାଇଛନ୍ତି ଗୋୖଡସାହି ବୁଥ୍ରେ ଦାୟିତ୍ୱ ରେ କିଏ ଅଛନ୍ତି ବୋଲି ବୁଝିବାରୁ କମ୍ପୁଟର କିରାଣୀ ଶ୍ରୀ ଅଭିମନ୍ୟୁ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି | ଶ୍ରୀ ଅଭିମନ୍ୟୁ ସାହୁଙ୍କ ଖବର ଅନୁଧ୍ୟାନ କଲାବେଳକୁ ସେ ବ୍ରହ୍ମପୁର ଚାଲିଯାଇଛନ୍ତି | ଏଥିପାଇଁ ଜିଲ୍ଲା ପ୍ରଶାସନ କି ପ୍ରକାର ପଦକ୍ଷପଏ ନେବେ ଆଗାମୀ ଦିନରେ ଜଣାପଡିବ ବୋଲି ହିତାଧିକାରୀ ମତବ୍ୟକ୍ତ କରିଛନ୍ତି | ଗୁଡାରି ଏନଏସିର ପ୍ରତି ବିଷୟରେ ଅବ୍ୟବସ୍ଥା ହେତୁ ଜନସାଧାରଣ ଅସନ୍ତୋଷ ବଢ଼ିବାରେ ଲାଗିଛି |

Comments are closed.