ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚତୁର୍ଥ ଥର ପାଇଁ ମିଳିଲା କାୟାକଳ୍ପ ପୁରସ୍କାର

0
122
ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ

ରିପୋର୍ଟ : ଲୋକନାଥ ସାହୁ //
ଗୁଡ଼ାରୀ, (୩୦/୯) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୌରବମୟ କାୟାକଳ୍ପ ପୁରସ୍କାର ମିଳିଛି । ରାୟଗଡ଼ା ସ୍ଥିତ ବାରୀଝୋଲା ସି ଡି ଏମ ଓ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ଜିଲ୍ଲାପାଳ ଓ ସି ଡି ଏମ ଓ ମିଳିତ ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡକ୍ଟର ଅରୂପାନନ୍ଦ ବେହେରା ଓ ପି ଏଚ ଇ ଓ ରଶ୍ମିତା ମହାଙ୍କୁଡଙ୍କୁ ପ୍ରଦାନ କରିଛନ୍ତି ।

ପୁରସ୍କାର ସ୍ୱରୂପ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି । ଡକ୍ଟର ବେହେରା ଲଗାତାର ତୃତୀୟ ଥର ପାଇଁ ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇବା ର ଗୌରବ ଅର୍ଜନ କରିଛନ୍ତି । ପୂର୍ବରୁ ଡକ୍ଟର ତିଆଡି ଙ୍କ ସମୟରେ ଥରେ ଗୁଡ଼ାରୀକୁ ଏହି ପୁରସ୍କାର ମିଳିଥିଲା । ପୁରସ୍କାର ଗ୍ରହଣ ସମୟରେ ବାଡା ରାଜେଶ ପ୍ରସାଦ ଓ ବି ଡି ଏମ ଅକ୍ଷୟ ମିଶ୍ର ଉପସ୍ଥିତ ଥିଲେ । ଏହି ପୁରସ୍କାର ନିଜ ସହକର୍ମୀ, କର୍ମଚାରୀ ଓ ଅଞ୍ଚଳବାସୀ ଙ୍କ ଯୋଗୁଁ ସମ୍ଭବ ହୋଇଛି ବୋଲି ଡକ୍ଟର ବେହେରା କହିଛନ୍ତି ।