ଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ ଆୟୋଜିତ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୧୫/୦୯): କାଶୀପୁର ବ୍ଲକ ସଦରମହକୁମା ରେ ଆଜି ଲକ୍ଷ୍ମୀପୁର ପୂଜା କମିଟି ତରଫରୁ ଲକ୍ଷ୍ମୀପୂଜା ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି | ଏହି ବୈଠକରେ ପୂର୍ବତନ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିବାବେଳେ କୋଷାଧ୍ୟକ୍ଷ ଗତ ବର୍ଷର ସମସ୍ତ ଖର୍ଚ୍ଚର ବିବରଣୀ ଉପସ୍ଥାପନ କରିଥିଲେ |

ଏବଂ ନୂତନ କମିଟିର କର୍ମକର୍ତ୍ତା, ସଭାପତି ଭାବେ ପ୍ରତାପ ନାଏକ, ସମ୍ପାଦକ ଭିକି ପଟ୍ଟନାୟକ, ଉପସଭାପତି ନୀଳକଣ୍ଠ ନାଏକ, କୋଷାଧକ୍ଷ ଶାନ୍ତି ପଟ୍ଟନାୟକ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା | ଏବଂ ଏହି କମିଟି ସମସ୍ତ ସଦାଷ କିଭଳି ଚଳିତ ଲକ୍ଷ୍ମୀପୂଜା ସୁରୁଖୁରୁରେ ପରିଚାଳିତ ହେବ ସେ ଉପରେ ଧ୍ୟାନ ଦେବାପାଇଁ ସମସ୍ତେ ପ୍ରତିଶୃତି ବଦ୍ଧ ହୋଇଥିଲେ | ଏହା ବ୍ୟତୀତ ଗତବର୍ଷ ଠାରୁ କିଭଳି ସୁନ୍ଦର ଆଲୋକ ସାଜସଜ୍ଜା ହେବ ସେ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା | ଭିକି ପଟ୍ଟନାୟକ ଏବଂ ଯୋଗୀ ନାଏକ ଏହି ସଭାକୁ ପରିଚାଳନା କରିଥିବା ବେଳେ ଯୋଗୀ ନାଏକ ସମସ୍ତ କମିଟିର କାର୍ଯ୍ୟକର୍ତ୍ତାକୁ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.