ଜିଷ୍ଟ କଲେଜରେ ଇଂଜିନିୟର ଦିବସ ପାଲିତ

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୫/୦୯): ଜିଷ୍ଟ ଇଞ୍ଜିନିଅର କଲେଜରେ ଇଞ୍ଜିନିଅର ଦିବସ ପାଳିତ ହୋଇଯାଇଛି | ଈଶ୍ୱର ଏକ କମନୀୟ ପୃଥିବୀକୁ ସୃଷ୍ଟି କରିଛନ୍ତି ମାତ୍ର ପ୍ରଗତି କ୍ଷେତ୍ରରେ ଯନ୍ତ୍ରୀମାନଙ୍କ ଭୂମିକା ଉଲ୍ଲେଖନୀୟ । ଏହାକୁ ଅଧିକ ସରସ, ସୁନ୍ଦର ଓ ସୁଖମୟ କରିବ ପାଇଁ ଇଂଜିନିୟର ମାନେ ବହୁ ଶ୍ରମ ଓ ତ୍ୟାଗ କରିଛନ୍ତି ।

୧୯୬୭ ମସିହାରୁ ସେପ୍ଟେମ୍ବର ୧୫ ତାରିଖକୁ ଭାରତୀୟ ଯନ୍ତ୍ରୀ ମାନେ ଇଂଜିନିୟର ଦିବସ ରୂପେ ପାଳନ କରିଆସଛୁନ୍ତି । ସେହିପରି ଶ୍ରୀ ମୋକ୍ଷଗୁଣ୍ଡମ୍ ବିଶ୍ଵେସ୍ବରାୟାଙ୍କ ୧୫୮ତମ ଜନ୍ମବାର୍ଷିକୀ ଅବସରରେ ରାୟଗଡ଼ା ସ୍ଥିତ ଜିଷ୍ଟ ଇଂଜିନିୟରିଂ କଲେଜରେ ଆଜି ୫୨ତମ ଇଂଜିନିୟର ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କୋଠାବାଡ଼ି ଯନ୍ତ୍ରୀ ଶ୍ରୀ ଜେ ଏସ୍ ଏନ୍ ମୂର୍ତ୍ତୃ ଯୋଗଦେଇ ସମସ୍ତ ଯୁବ ଛାତ୍ରଛାତ୍ରୀ ମାନଙ୍କୁ ଇଂଜିନିୟର ଦିବସର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ କିପରି ଏକ ଭଲ ଇଂଜିନିୟର ହେବେ ଏନେଇ ଉପଦେଶ ଦେଇଥିଲେ । ପରେ କଲେଜର ପରିଚାଳକ ଶ୍ରୀ ଗୋବିନ୍ଦ ପ୍ରସାଦ ରଥ ମୁଖ୍ୟଅତିଥିଙ୍କୁ ସମ୍ମାନିତ କରିଥିଲେ । ରାୟଗଡ଼ା ସି ଟି ଟି ସି ତାଲିମ କେନ୍ଦ୍ରର ଅଧ୍ୟାପକ ଭାରତ ଭୂଷଣ ମିଗୀ ଓ ରଗୁନାଥ ସାହୁ ଅଗ୍ରୀମ ଆଧୁନିକ ଯାନ୍ତ୍ରିକ ଅଭିକଳ୍ପ ଉପରେ ଚଳିତ ରୀତି ଓ ଚିତ୍ର ପ୍ରସ୍ତାବନା ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ତାଲିମ ଉପସ୍ଥାପନ କରିଥିଲେ । ତତ୍ସହ ଜିଷ୍ଟ କଲେଜର ତିନି ଅଧ୍ୟାପକ ଓ ୧୫ଟି ଛାତ୍ରଛାତ୍ରୀ ନିଜ ନିଜ ଦ୍ବାରା ପ୍ରସ୍ତୁତ ଚିତ୍ର ପ୍ରସ୍ତାବନା ଉପସ୍ଥାପନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଓ କଲେଜ ପରିଚାଳକଙ୍କ ସମେତ ଅଧ୍ୟକ୍ଷ କାଳୀ ପ୍ରସାଦ ଆଚାର୍ଯ୍ୟ, ଉପ ଅଧ୍ୟକ୍ଷ ଶ୍ରୀନିବାସ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିବାବେଳେ କଲେଜର ସମସ୍ତ ଅଧ୍ୟାପକ ଓ ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Comments are closed.