ସଂସାର ବୋଝ ସାଂଗକୁ ଦାଉ ସାଧିଛି ରୋଗ, ଦେଖନ୍ତୁ ଏକ ଅସହାୟ ପରିବାରର ଦୁଃଖ

ରିପୋର୍ଟ: ଡିଳେଶ୍ୱର ବାଗ
କୁଣ୍ଡାଖାଇ(୧୫/୦୯): ସଂସାର ବୋଝ ସାଂଗକୁ ଦାଉ ସାଧିଛି ରୋଗ । ଚିକିତ୍ସା ପାଇଁ ସଂପତିବାଡି ବିକି ସର୍ବସ୍ୱାନ୍ତ ହେଲେଣି । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କୁଣ୍ଡାଖାଇ ଗାଁର ବଚନ ସୁନାଙ୍କ କଥା । ଅସହାୟ ପରିବାରର ଦୁଃଖ ଏବେ ଅସମ୍ଭାଳ ହୋଇପଡିଥିବାବେଳେ ଏବେ ସରକାରୀ ସାହାଯ୍ୟ ହିଁ ଏକମାତ୍ର ଭରସା ।

ଦୁଃଖ ଯେତେବେଳେ ଆସିଥାଏ ପରିବାରକୁ ସର୍ବସ୍ୱାନ୍ତ କରିଦେଇଥାଏ ତାହା ପ୍ରମାଣିତ ହେଉଛି ଏହି ପରିବାରକୁ ଦେଖି | ବଚନ ସୁନା ହେଉଛନ୍ତି କୁଣ୍ଡାଖାଇ ଗ୍ରାମର ଏକ ଅନୁସୂଚିତ ଜାତିର ବ୍ୟକ୍ତି | ସ୍ତ୍ରୀ ପୁଅ ଝିଅ ଏବଂ ବୋହୁଙ୍କୁ ନେଇ ହସଖୁସିରେ ତାଙ୍କ ସଂସାର ଚାଲୁଥିଲା ହେଲେ ଅଜଣା ରୋଗ ତାଙ୍କ ପରିବାରକୁ ଏବେ ସର୍ବସ୍ୱାନ୍ତ କରିଦେଲାଣି | ପୁଅ କର୍ମୁ ସୁନାଙ୍କୁ ଏମିତି ଏକ ଅଜଣା ରୋଗ ହୋଇଛି ଯାହାଦ୍ୱାରା ସେ ବାରମ୍ବାର ବେହୋସ ହୋଇଯାଉଛନ୍ତି | ପରିବାର ଲୋକେ ଏହାକୁ ଦେଖି ଆତଙ୍କିତ | ଚିକିତ୍ସା ନିମନ୍ତେ ନାହିଁ ତାଙ୍କ ପାଖେ ଆର୍ଥିକ ସମ୍ବଳ | ପୁଅକୁ ଭଲ କରିବାକୁ ଆଗ୍ରହୀ ଥିବା ପିତାମାତା ଏବେ ନିଃସହାୟ | ପର ଘରେ ମୂଳ ଲାଗି ପରିବାର ପ୍ରତିପୋଷଣ କରୁଥିବା ବାପମା କୁଆଡୁ ବା ଆଣିବେ ଏତିକି ଅର୍ଥରାଶି ଯୋଉଥିରେ ତାଙ୍କ ପୁଅ ରୋଗମୁକ୍ତ ହେବ | ଏତିକିରେ ତାଙ୍କ ଦୁଃଖ ସରିନି ଝିଅକୁ ବି ହୋଇଛି ରୋଗ ଯାହାପାଇଁ ଚିନ୍ତିତ ଅସହାୟ ପିତାମାତା | ବାପା ମା ଦୁଃଖରେ କାଳାତିପାତ କରି ଉଭୟଙ୍କ ଆଖି ମଧ୍ୟ ଭଲଭାବେ ଦେଖା ଯାଉନି | ଭାସିଲା ସୁଅରେ କୁଟା ଖିଅ ପରି କେବଳ ଏକ ମାତ୍ର ଭରଷା ରହିଛି ସେଠାକାର ପୂର୍ବତନ ବିଧାୟକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ସହାୟତା ପ୍ରଦାନ କଲେ ହୁଏତ ପରିବାରର ହଜି ଯାଇଥିବା ସୁଖ ପୁଣି ଫେରି ଆସିବ | ଏନେଇ ସ୍ଥାନୀୟ ଏକ ସ୍ବେଛାସେବୀଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଅନୁରୋଧ ପତ୍ର ଲେଖିଛି ବଚନ, ଯୋଉଥିରେ ଲେଖା ଅଛି ଯେ ପୁଅର ଚିକିତ୍ସା ନିମନ୍ତେ ସେମାନେ ଅକ୍ଷମ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି /ଜିଲ୍ଲାରେଡ଼କ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରି ମାଗଣା ଚିକିତ୍ସା ପ୍ରଦାନ କରେଇଲେ ମୁଖ୍ୟମନ୍ତ୍ରୀଙ୍କ ପାଖେ ଚୀରଋଣୀ ରହିବେ | ଏବେ ଦେଖିବାକୁ ବାକି ରହିଲା ଏ ଗରୀବ ଅସହାୟ ପରିବାରକୁ ମୁଖ୍ୟମନ୍ତ୍ରୀ କିଭଳି ଭାବେ ସହାୟତା ପ୍ରଦାନ କରୁଛନ୍ତି | ଆମ ତରଫରୁ ଅନୁରୋଧ ଉକ୍ତ ପରିବାରକୁ ଶୀଘ୍ର ଆର୍ଥିକ ସହାୟତା ସହ ମାଗଣା ଚିକିତ୍ସା ପ୍ରଦାନ କରାଯାଉ |

Comments are closed.