ଅଞ୍ଚଳ ମହାବିଦ୍ୟାଳୟରେ ନୂଆଖାଇ ଭେଟଘାଟ

ରିପୋର୍ଟ-ଡିଲେଶ୍ୱର ବାଗ
ପଦ୍ମପୁର(୧୫/୦୯/୧୯): ରବିବାର ଦିନ ସକାଳ୧୧ଟା ରେ ଅଂଚଳ ମହାବିଦ୍ୟାଳୟ,ପଦ୍ମପୁର ଠାରେ ପ୍ରଥମ ଥର ପାଇଁ ନୂଆଁଖାଇ ଭେଟ୍ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଭା ପ୍ରକୋଷ୍ଠରେ ପ୍ରଥମେ ସମଲେଇ ପୂଜା ଓ ପ୍ରାରମ୍ଭିକ ସଙ୍ଗୀତ ପରେ ଅଧ୍ୟକ୍ଷ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ସଭକାର୍ଯ୍ୟ ହୋଇଥିଲା ।

ଏଥିରେ ଡ଼.ପ୍ରମୋଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ଼.ସରୋଜ ନାୟକ ଓ ପ୍ରଦୀପ ପଣ୍ଡା ନୂଆଁଖାଇ ଉପରେ ଆଲୋଚନା କରିଥିଲେ। ଏହା ପରେ ନୂଆଁଖାଇ ଉପରେ ଛାତ୍ରମାନଙ୍କ ମଧ୍ୟରେ ମନିଷ୍ କୁମାର ରଥ ଓ ସୌମ୍ୟ ନାୟକ କବିତା ପାଠ କରିଥିଲେ। ଶେଷରେ ବିଶେଷ ଆକର୍ଷଣ ଥିଲା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶିଖାରାଣୀ ସାହୁ ପରିଚାଳନା କରୁଥିଲେ। ଏଥିରେ ମନିଷ୍ କୁମାର ରଥ,ଶିବାନନ୍ଦ ସାହୁ,ଆଶିଷ କନ୍ଧେର,ପିଙ୍କୁ ମହାନନ୍ଦ,ସଦାନନ୍ଦ ସୁନା,ଶମ୍ଭୁ ବେହେରା,ବୁଦ୍ଧଦେବ ସାହୁ,ହିମାଂଶୁ ଦୀପ,ରାଜୀବ ସାହୁ,ବ୍ରଜେଶ,ଦିନେଶ,ନିତୁ ସାହୁ,ଚାନ୍ଦିନୀ ସାହୁ ଓ ସାଥୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଛାତ୍ରଛାତ୍ରୀ ଓ ଦର୍ଶକଙ୍କ ମନ ମୋହି ନେଇଥିଲେ । ଶେଷରେ ଡ଼.ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.