ମେଡିକାଲ କଲେଜ ଓ ହସପିଟାଲ ଦାବୀରେ ମିଳିତ ନିଗରିକ କମିଟିର ବୈଠକ

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି(୧୬.୦୯.୧୯): କନ୍ଧମାଳ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ କମିଟିର ଆବାହକ ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଜି.ଉଦୟଗିରି ବ୍ୟବସାୟୀ ସଂଘ ସଭା ଗୃହରେ ଆଜି ଘ୧୧.୩୦ଣ୍ଟାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକର ମୁଖ୍ୟ ଲକ୍ଷ ହେଲା କନ୍ଧମାଳ ଜିଲ୍ଲାରେ ଏକ ସରକାରି ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ।କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁସାରେ ଓଡିଶାରେ ହେବାକୁ ଥିବା ୬ଟି ମେଡିକାଲ କଲେଜ ଓ ହସପିଟାଲ ମଧ୍ୟରୁ କନ୍ଧମାଳ ଜିଲ୍ଲାରେ ଏକ ମେଡିକଲ କଲେଜ ଓ ହସପିଟିଲ ପ୍ରତିଷ୍ଠା କାରଣ ଜିଲ୍ଲାର ମେଡିକଲ ଗୁଡିକରେ ଅର୍ଦ୍ଧାଧିକ ଡାକ୍ତର ନଥିବା ବେଳେ ବହୁତ ମେଡିକଲରେ ଅଭିଜ୍ଞ ଡାକ୍ତର ମଧ୍ୟ ନାହାଁନ୍ତି।ଏହି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣ ପାହାଡ ଘେରା ଅଞ୍ଚଳ ହୋଇଥିବାରୁ ଚିକିତ୍ସା ପାଇଁ ଲୋକମାନଙ୍କୁ ବହୁ ଦୁରକୁ ଅର୍ଥାତ ବ୍ରହ୍ମପୁର,ଭୂବନେଶ୍ବର,କଟକ,ବୁର୍ଲା ଆଦି ସ୍ଥାନକୁ ଯିବାକୁ ପଡୁଛି। ଆସନ୍ତା ୨୧.୦୯.୧୯ ତାରିଖ ଦିନ କନ୍ଧମାଳ ଜିଲ୍ଲାରେ ମେଡିକଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରିବା ପ୍ରସ୍ଥାବ ଦାବୀ ପତ୍ର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶ୍ବରେ ପ୍ରତ୍ୟେକ ବ୍ଳକର ବି .ଡି.ଓଙ୍କ ଜରିଆରେ ଦେବାକୁ ବୈଠକରେ ସ୍ଥିର କରାଗଲା।ଜି.ଉଦୟଗିରିରେ ଆସନ୍ତା କାର୍ଯ୍ୟକ୍ରମ ଗୁଡିକୁ ସଫଳ କରିବାକୁ ସମିର କୁମାର ପାଢୀ, ପ୍ରଦୀପ କହଁର, ରମେଶ ଚନ୍ଦ୍ର ବେହେରା,ଅରୁଣ ଷଡଙ୍ଗି,ରାମଚନ୍ଦ୍ର ଚୌଧୁରୀ,ବାଳକୃଷ୍ଣ ମହାନ୍ତି, ଦେବନାଥ ଦଳବେହେରା ଙ୍କୁ ନେଇ ୭ ଜଣିଆ କମିଟି ଗଠନ କରାଗଲା। ଉକ୍ତ ବୈଠକରେ ବରିଷ୍ଠ ନାଗରୀକ ଶିଶିର କୁମାର ପଟ୍ଟନାୟକ,ସମିର କୁମାର ପାଢୀ, ଅରୁଣ କୁମାର ଷଡଙ୍ଗୀ,ରାମଚନ୍ଦ୍ର ଚୌଧୁରୀ,ପ୍ରତାପ ଚନ୍ଦ୍ର ପାଢୀ,ମନୋଜ ମହାପାତ୍ର,ସନ୍ତୋଷ କୁମାର ଆଚାର୍ଯ୍ୟ,ଭଗବାନ ଦାସ, ପିଲି ଦାସ, ବାଳକୃଷ୍ଣ ମହାନ୍ତି,ରମେଶ ବେହେରା,ପ୍ରଦୀପ କହଁର,ସତ୍ୟବ୍ରତ ସାହୁଙ୍କ ସମେତ ବହୁ ବରିଷ୍ଠ ନାଗରିକ ,ଓକିଲ ସଂଘ ,କୁଈ ସମାଜ ସଂଘ, ଅଟୋ ଚାଳକ ସଂଘ ତଥା ଅନ୍ୟାନ୍ୟ ସଂଘଠନର ସଦସ୍ୟ ମାନେ ଯୋଗଦେଇଥିଲେ।

Comments are closed.