ସ୍ଵାଧୀନତା ର ଉଚ୍ଛ୍ଵାସ ପର୍ବ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ସଂଗ୍ରହ

0
140
ସ୍ଵାଧୀନତା ର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୯) : ସ୍ଵାଧୀନତା ର ଅମୃତ ମହୋତ୍ସବ ଏବଂ ସ୍ଵାଧୀନତାର ଉଚ୍ଛ୍ଵାସ ପର୍ବ ଉପଲକ୍ଷେ ସମସ୍ତ ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ରାଜ୍ୟ ବିଧାନସଭାରେ ବୃକ୍ଷ ରୋପଣ ପାଇଁ ପଠା ଯିବାର କାର୍ଯ୍ୟକ୍ରମ ସରକାର କରିଛିନ୍ତି ।WhatsApp Image 2022 09 30 at 10.13.44 AM ସ୍ଵାଧୀନତା ର ଉଚ୍ଛ୍ଵାସ ପର୍ବ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ସଂଗ୍ରହ 

ସ୍ଵାଧୀନତା ର ଉଚ୍ଛ୍ଵାସ ପର୍ବ ପାଇଁ ରାଜ୍ୟ ରାଜଧାନୀ ଭୁବନେଶ୍ୱର ପ୍ରେରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ର ସ୍ଵାଧୀନତା ସଂଗ୍ରାମ ଓ ପ୍ରଜାମଣ୍ଡଳ ଆନ୍ଦୋଳନ ର ବିଶିଷ୍ଟ ପାବନ ସ୍ଥଳି ବଗଛେରା ଗ୍ରାମରୁ ପବିତ୍ର ମାଟି ସଂଗ୍ରହ କାର୍ଯ୍ୟକ୍ରମ ଆଜି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଆଡିସିନାଲ ଏସପି ହେମନ୍ତ କୁମାର ପାଢୀ, ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବିଡିଓ ହେମସାଗର ଭୋଇ, କଳାପଥର ସରପଞ୍ଚ ପ୍ରମୁଖ ଯୋଗଦେଇଥିଲେ ।

ସ୍ଥାନୀୟ ଗ୍ରାମବାସୀ ଏକ ବିରାଟ ପଟୁଆରରେ ଅତିଥିଗଣ ଙ୍କୁ ପ୍ରଜାମଣ୍ଡଳ ଆନ୍ଦୋଳନର ସଭାସ୍ଥଳ ନେହେରୁ ନଗରକୁ ପାଛୋଟି ନେଇଥିଲେ । ସେଠାରେ ପବିତ୍ର ମାଟିକୁ କୁ ପୂଜା ପୂର୍ବକ ସ୍ଵାଧୀନତା ସଂଗ୍ରାମୀ ଙ୍କ ଦାୟାଦ ପ୍ରଶାନ୍ତ ଶତପଥୀ, ସତ୍ୟପ୍ରିୟ ପଣ୍ଡା ଏବଂ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ମାଟି କଳସ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ମାନେ ଏହି ମାଟି ର ବୀର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସେମାନଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ଅପରାହ୍ନରେ ଶତାଧିକ ସ୍ଵୟଂ ସହାୟକ ମହିଳା ମହାନଦୀ ଓ ତେଲନଦୀର ପାବନ ସଙ୍ଗମସ୍ଥଳ ରାମେଶ୍ଵର ଘାଟରୁ ପବିତ୍ର ଜଳ ଉତ୍ତୋଳନ କରି କଳସ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପରିଚାଳନା କରିଥିଲେ ଏବଂ ବିଦ୍ୟାପତି ପଣ୍ଡା ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସୋନପୁର ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ ତଥା ସମସ୍ତ କାଉନସିଲର ଙ୍କ ସମେତ କାର୍ଯ୍ୟାଳୟ ର ଶିବ ସାହୁ, ଅଜିତ ନାଏକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।