Related Contents

ବୈପାରୀଗୁଡା ସିଡିପିଓ ସୁରମା ମହାପାତ୍ର ନିଲମ୍ବିତ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୧୬/୦୯): ବୈପାରୀଗୁଡା ଶିଶୁ ସମ୍ମନିତ ବିକାଶ ଯୋଜନାର ଅଧିକାରୀ ସିଡିପିଓ ନିଲମ୍ବିତ ହୋଇଥିବା ଜଣାପଡିଛି | ଓଡିଶା ସରକାର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବୈପାରୀଗୁଡା ବ୍ଲକ ସିଡିପିଓ ସୁରମା ମହାପାତ୍ରଙ୍କୁ ଆଜି ନିଜ କାର୍ଯ୍ୟରୁ ନିଲମ୍ବିତ କରିଥିବା ସୂଚନା ଅଛି |

ମହାପତ୍ର ବୈପାରୀଗୁଡା ସୁପରଭାଇଜର ଓ ଅଙ୍ଗନବାଡି କର୍ମୀଙ୍କୁ ମାନସିକ ନିର୍ଯାତନା ଦେଉଥିଲେ, ନୂତନ ଅଙ୍ଗନବାଡି କର୍ମୀଙ୍କ ଠାରୁ ଲାଞ୍ଚ ଆଦାୟ କରୁଥିଲେ, ଗରମ ରନ୍ଧା ଖାଦ୍ୟ, ଖେଳନା କିଣା ପରି ବହୁ ଦୁର୍ନୀତିରେ ଲିପ୍ତ ଥିବା ବହୁବାର ଅଙ୍ଗନବାଡି କର୍ମୀ ମାନେ ଅଭିଯୋଗ ପୂର୍ବରୁ କରିଆସୁଥିଲେ | ବିଭିନ୍ନ ଗଣମାଧ୍ୟମରେ ସିଡିପିଓଙ୍କ ଦୁର୍ନୀତିର ଖବର ବହୁବାର ପ୍ରସାରଣ ମଧ୍ୟ ହୋଇଥିଲା |

Comments are closed.