Friday, March 29, 2024

Top 5 This Week

Related Posts

ବିନିକା ପୁରୁଣା ବସଷ୍ଟାଣ୍ଡ ସାର୍ବଜନୀନ ଦୁର୍ଗାପୂଜା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୯/୯) : ବିନିକା ପୁରୁଣା ବସଷ୍ଟାଣ୍ଡ ସାର୍ବଜନୀନ ଦୁର୍ଗାପୂଜା ର ଆଜି ଚତୁର୍ଥ ଦିନରେ ମାଁ ଦୁର୍ଗା କୁଷ୍ମାଣ୍ଡା ରୂପରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି । ସେହିପରି ରାବଣ ଦରବାର ର ଆଜି ତୃତୀୟ ରଜନୀରେ ଭରତ ମିଳନ ଓ କୈବର୍ତ୍ତ ପ୍ରସଙ୍ଗ ନାଟକ ମଞ୍ଚସ୍ଥ ହୋଇଛି ।WhatsApp Image 2022 09 30 at 10.02.22 AM ବିନିକା ପୁରୁଣା ବସଷ୍ଟାଣ୍ଡ ସାର୍ବଜନୀନ ଦୁର୍ଗାପୂଜା

ବିନିକା ପୁରୁଣା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାରାଜ ରାବଣ ଭୂମିକାରେ ବିଶିଷ୍ଠ କଳାକାର ଗୋପାଳ ପଣ୍ଡା ଚମତ୍କାର ଅଭିନୟ କରି ଦର୍ଶକ ଙ୍କ ମନ ମୋହୁଛନ୍ତି । ସେହିପରି ଭଗବାନ ରାମ ଭୂମିକାରେ ପାର୍ଥ ଭାଟି, ଲକ୍ଷ୍ମଣ ତୁଷାର ବାରିକ, ଭରତ ଦୁର୍ଗାପ୍ରସାଦ ପଣ୍ଡା, ସୀତା ଦମୟନ୍ତୀ ବାରିକ, କୈବର୍ତ୍ତ ଲକ୍ଷିନ୍ଦ୍ର ଭୁଏ, ମନ୍ତ୍ରୀ ସୁନୀଲ ରାଓ ଓ ଦେବାନନ୍ଦ ଭୋଇ ପ୍ରମୁଖ ଅଭିନୟ କରୁଛନ୍ତି ।

ଆଜି ରାବଣ ଦରବାର କୁ ରାଜ ଅତିଥି ଭାବରେ ବିନିକା ଅତିରିକ୍ତ ତସିଲଦାର ଚାନ୍ଦିନୀ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଅବସରରେ କମିଟି ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ବିନିକା ରେଞ୍ଜର ଡମ୍ବରୁଧର ପଧାନ, ବଣିକ ସଂଘ ସଭାପତି ଅଶ୍ୱିନୀ ସୁବୁଦ୍ଧି, ବ୍ୟବସାୟୀ ପ୍ରଶାନ୍ତ ବାବୁ, ସୁନୀଲ ପାତ୍ର, ବ୍ଲକ କାର୍ଯ୍ୟାଳୟ ର ଓଏଲଏମ ରଞ୍ଜନ ସ୍ୱାଇଁ, କମିଟି ଉପସଭାପତି ଈଶ୍ୱର ମାହାଣା ପ୍ରମୁଖ ଯୋଗ ଦେଇଥିଲେ । ଆବାହକ ହିମାଂଶୁ ଭୂଷଣ ପଣ୍ଡା ସଭା ପରିଚାଳନା କରିଥିଲେ ।WhatsApp Image 2022 09 30 at 10.02.23 AM ବିନିକା ପୁରୁଣା ବସଷ୍ଟାଣ୍ଡ ସାର୍ବଜନୀନ ଦୁର୍ଗାପୂଜା

ଦର୍ଶକଙ୍କ ମନୋରଞ୍ଜନ ପାଇଁ କମିଟି ତରଫରୁ ଆୟୋଜିତ ହେଇଥିବା ରାବଣ ଦରବାରକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଗତ ୨୭ ତାରିଖ ଦିନ ଉଦ୍ଘାଟନ କରିଥିଲେ । ଏହି ଅବସରରେ କମିଟି ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାବଣ ଦରବାରରେ ସମ୍ମାନିତ ଅତିଥି ଭାବେ ବିନିକା ବିଡ଼ିଓ ପବ୍ୟାସଦେବ ବେହେରା, ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ, ଥାନା ଅଧିକାରୀ ପବିତ୍ର ସାହୁ ସମେତ ସମସ୍ତ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଯେ, ଚଳିତବର୍ଷ ବିନିକା ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ପୂଜା ୫୨ ବର୍ଷରେ ପଦାର୍ପଣ କରିଛି ।

Popular Articles