ଦହିତା ଦୂର୍ଗାପୂଜା ରାବଣ ଦରଵାର ପାଇଁ ରାବଣ ଵରଣ

ରିପୋର୍ଟ: ଡିଳେଶ୍ୱର ବାଗ
ଦହିତା(୧୫/୦୯): ସାର୍ବଜନୀନ ଦୁର୍ଗାପୂଜା ମହୋତ୍ସବ ଦହିତା ୨୦୧୯ପାଇଁ ସଭାପତି ସରୋଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆଜି ରାବଣ ଵରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ବର୍ଷ ରାବଣ ଭୂମିକାରେ ପଶ୍ଚିମ ଓଡ଼ିଶାର ଖ୍ୟାତନାମା କଳାକାର ତଥା ବରଗଡ଼ ଧନୁଯାତ୍ରାରେ ଦୀର୍ଘ ବର୍ଷ ଧରି କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଶ୍ରୀଯୁକ୍ତ ହୃଷିକେଶ ଭୋଇଙ୍କୁ ଏବର୍ଷ ରାବଣ ପାଇଁ ଵରଣ କରାଯାଇଛି ।

ଏଥିରେ କମିଟିର ଚନ୍ଦ୍ରଭାନୁ ମେହେର,ବାସୁଦେବ ପାଣିଗ୍ରାହୀ,ପଟୁ ବାରିକ, ଶିଶୁପାଳ ହୋତା, ସୁମନ୍ତ ପାଣିଗ୍ରାହୀ ଏବଂ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଶେଷରେ ଦୁର୍ଗାପୂଜା କମିଟିର ସହ କୋଷାଧ୍ୟକ୍ଷ ଅନନ୍ତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.