ଖାଦ୍ୟ ନିରାପତ୍ତା ଅଧିକାରୀ ଙ୍କ ସହ ପୁଲିସ ର ମିଳିତ ଚଢ଼ାଉ

0
144
ଖାଦ୍ୟ ନିରାପତ୍ତା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୯) : ସୋନପୁର ସହରରେ ଖାଦ୍ୟ ନିରାପତ୍ତା ଅଧିକାରୀ, ମେଡିକାଲ ଟିମ ଓ ପୁଲିସ ଟିମ ର ଆଜି ମିଳିତ ଚଢ଼ାଉ ପରେ ସହର ର ୨୬ଟି ଦୋକାନ ରୁ ୫୧ କେଜି ବାସୀ ଖାଦ୍ୟ କୁ ଫିଙ୍ଗା ଯାଇ ସମୁଦାୟ ୭୮୦୦ ଟଙ୍କା ଫାଇନ କରା ଯାଇଥିଲା ।

ଆଗାମୀ ଦଶହରା ଉପଲକ୍ଷେ ହୋଟେଲ ମାନଙ୍କରେ ବିଶେଷ ଜନଗହଳି ହେବାକୁ ଥିବାରୁ ଏହି ଯାଞ୍ଚ କାର୍ଯ୍ୟକ୍ରମ କରାଯାଇଛି । ଆଗାମୀ ଦିନରେ ହୋଟେଲ ଓ ରେସ୍ଟୁରାଣ୍ଟ ର ପରିଚାଳନାରେ ସୁଧାର ନ ଆସିଲେ ଏହି ଟିମ ଦ୍ୱାରା ଅଚାନକ ଯାଞ୍ଚ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ କହିଛନ୍ତି । ଏହି ଟିମରେ ଏଡିପି ଏଚ ଓ (ଡ଼ି.ସି.) ଡା. ରାମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଡି ଇ ଓ ଶ୍ରୀମନ୍ତ ଖଣ୍ଡଗିରିଙ୍କ ସମେତ ଜିଲ୍ଲା ସଂଯୋଜକ ଜନ୍ମ ମୃତ୍ୟୁ ରୁଚିକାନ୍ତ ଭୋଇ, ରଜୀବ ପଧାନ, ପୋଲିସ କନେଷ୍ଟବଳ ପ୍ରମୋଦ ଦାସିଆ ଓ ସୁଷମା ଦଳେଇ ଉପସ୍ଥିତ ରହି ଏହି ଚଢ଼ାଉରେ ସହଯୋଗ କରିଥିଲେ ।