Friday, March 29, 2024

Top 5 This Week

Related Posts

ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ସ୍ଥାନରୁ ପବିତ୍ର ଜଳ ଓ ମୃତ୍ତିକା ସଂଗ୍ରହ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୯/୯) : ଆସନ୍ତା ଅକ୍ଟୋବର ମାସ ୨ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୁର ଶାସ୍ତ୍ରୀ ତଥା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ ଉପଯୁକ୍ତ ଭାବେ ପାଳନ କରିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି । ଏଥିପାଇଁ ଜିଲ୍ଲାପାଳଙ୍କ ଅନୁଗ୍ରହରେ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ସ୍ଥାନ ତେନ୍ତୁଳିଗୁମ୍ମା ଗ୍ରାମରୁ ଆଜି ପବିତ୍ର ଜଳ ଓ ମୃତ୍ତିକା ସଂଗ୍ରହ କରି ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ଵରକୁ ପଠାଇବାର ଉପକ୍ରମ କରାଯାଇଛି ।WhatsApp Image 2022 09 29 at 8.41.14 PM ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ସ୍ଥାନରୁ ପବିତ୍ର ଜଳ ଓ ମୃତ୍ତିକା ସଂଗ୍ରହ

ପାରମ୍ପରିକ ସଙ୍ଗୀତ, କୀର୍ତ୍ତନ ଦଳ ଇତ୍ୟାଦି ସମ୍ବଳିତ ପଟୁଆ ର ସହ ଏକ ବିରାଟ କଳସ ଯାତ୍ରା ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ଜଣା ପଡିଛି । ଏହି ଶୋଭାଯାତ୍ରାରେ କୋରାପୁଟ ଅତିରିକ୍ତ ଜିଲ୍ଲା ଦଣ୍ଡାଧିକାରୀ ଶ୍ରୀ ରାମେଶ୍ଵର ପ୍ରଧାନ ଏବଂ ଶ୍ରୀ ରାଜେନ୍ଦ୍ର ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସ୍ଵରାଜ୍ୟ ଶିଶା, ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତି ଯଶୋଦା ଗାଦବା, ଜୟପୁର ଉପ ଜିଲ୍ଲାପାଳ ବେଦବର ପ୍ରଧାନ, ବୈପାରିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ବୈପାରିଗୁଡା ତହସିଲଦାର କୈଳାସ ତ୍ରିପାଠୀ, ବି.ଡି.ଓ. ଅଭିମନ୍ୟୁ କବି ଶତପଥୀ, ନିର୍ବାଚିତ ଲୋକ ପ୍ରତିନିଧି, ଅଙ୍ଗନୱାଡି କର୍ମୀ, ବିଦ୍ୟାଳୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିବା ଜଣାପଡିଛି । ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଆଜି ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ସ୍ଥାନରୁ ପବିତ୍ର ଜଳ ଓ ମୃତ୍ତିକା ଭୁବନେଶ୍ୱର ପଠାଇବାକୁ ଜିଲ୍ଲା ପ୍ରଶାସନ ଦ୍ୱାରା ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି ।

Popular Articles