ନକ୍ସଲ ନାଁ ରେ ଚାନ୍ଦା ମାଗି ପୋଲିସ କର୍ମଚାରୀ ଗିରଫ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୧୫/୦୯): ରାୟଗଡା ଜିଲ୍ଲା ବିଷମକଟକ ପୋଲିସ ଆଜି ନକ୍ସଲ ନାଁ ରେ ଚାନ୍ଦା ମାଗିବା ଅଭିଯୋଗରେ ରାୟଗଡା ଜିଲ୍ଲା ଗୋଇନ୍ଦା ବିଭାଗର ପୋଲିସ ଜି ଶ୍ରୀକାନ୍ତ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି |

ଗିରଫ ଗୋଇନ୍ଦା ବିଭାଗର ପୋଲିସ ଶ୍ରୀକାନ୍ତ କୁମାର ଜୟପୁର ସହର ପାରାବେଡାର ବ୍ୟବସାୟୀ ଶ୍ରଵଣ କୁମାର ମହାନ୍ତିଙ୍କୁ ନକ୍ସଲ ନାଁ ରେ ଚାନ୍ଦା ମାଗୁଥିବା ବେଳେ ବିଷମକଟକ ପୋଲିସ ଗିରଫ କରିବା ସହ ତା ଠାରୁ ୯ଏମଏମ ପିସ୍ତଲ, ୨୪ଟି ଗୋଳି, ଗୋଟିଏ କଳା ରଙ୍ଗର ସ୍କୁଟି ଏବଂ ତିନୋଟି ମୋବାଇଲ ଜବତ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ତର ଏମ ଶ୍ରଵଣ କୁମାର ପ୍ରେସ ନୋଟରେ ସୂଚନା ଦେଇଛନ୍ତି | ଏବଂ ତଦନ୍ତ ପରେ ଏଥି ସହିତ କାହା କାହାର ଲିଙ୍କ ଅଛି ଜଣାପଡିବ ବୋଲି କହିଛନ୍ତି ।

Comments are closed.