ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାୟାକଳ୍ପ ପୁରସ୍କାର ବିତରଣ ଆୟୋଜିତ 

0
216
ଜିଲ୍ଲା ମୁଖ୍ୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୯/୦୯) : ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେବ ସିଂ ଆଜି ରାୟଗଡ଼ା ଜିଲ୍ଲାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ କାୟାକଳ୍ପ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ୱଚ୍ଛତା ଏବଂ ପରିଷ୍କାର ପରିଚ୍ଛନତା ରଖିବା ତଥା ବଜାୟ ରଖିଥିବାରୁ କାୟାକଳ୍ପ ପୁରସ୍କାର ୨୦୨୧-୨୨ ପ୍ରଦାନ କରିବା ସହିତ ସରକାରୀ ଡାକ୍ତରଖାନା ଗୁଡିକରେ ଏହି ସୁବିଧା ବଜାୟ ରଖିବା ପ୍ରୟାସକୁ ପ୍ରଶଂସା କରିଥିଲେ ।WhatsApp Image 2022 09 29 at 5.56.30 PM 2 ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାୟାକଳ୍ପ ପୁରସ୍କାର ବିତରଣ ଆୟୋଜିତ 

ପୁରସ୍କାର ପ୍ରଦାନ କରିବା ପରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଉନ୍ନତ ସୁବିଧା ତଥା ସ୍ୱଚ୍ଛତା ପାଇଁ ଚେଷ୍ଟା ଜାରି ରଖିବାକୁ ସହିତ ଗୁଣାତ୍ମକ ସେବା ପ୍ରଦାନକୁ ଗୁରୁତ୍ୱ ଦେଇଥିଲେ । ଯାହାଦ୍ୱାରା ରୋଗୀମାନେ ସରକାରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାରେ ଅନିଚ୍ଛା ପ୍ରକାଶ କରିବେ ନାହିଁ, ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ସ୍ୱାଗତ ଯୋଗ୍ୟ ହେବା ଆବଶ୍ୟକ ଫଳରେ ରୋଗୀମାନେ ସରକାରୀ ଅନୁଷ୍ଠାନରେ ବିନା ଦ୍ୱିଧାରେ ଭର୍ତ୍ତି ହେବାକୁ ଇଚ୍ଛା ପ୍ରକାଶ କରିବେ ।

ରାମନାଗୁଡା ବ୍ଲକ୍ର ରୁଗୁଡୁବାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କାଶୀପୁର ବ୍ଲକର ବାଙ୍କାମ୍ବ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏହି ବର୍ଷର କାୟାକଳ୍ପ ବିଜେତା ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ଗୁଣୁପୁର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁନିଗୁଡା, ଗୁଡାରୀ, କାଶିପୁର, ଜେମାଦେଇପେଣ୍ଠ, ବିଷମକଟକ ଏବଂ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୧-୨ କୁ କୁ ସ୍ୱଚ୍ଛତା ଏବଂ ପରିଷ୍କାର ପରିଚ୍ଛନତା ରଖିବା ତଥା ବଜାୟ ରଖିଥିବାରୁ କାୟାକଳ୍ପ ପ୍ରଶଂସା ପୁରସ୍କାର ପ୍ରଦାନ କରାଯାଇଥିଲା ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କେନ୍ଦ୍ରର ସ୍ୱଚ୍ଛ ଭାରତ ମିଶନ ଏକ ଅଂଶ ଭାବରେ ଜନ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର ଗୁଡିକରେ ସ୍ୱଚ୍ଛତା ଅଭ୍ୟାସକୁ ଉତ୍ସାହିତ କରିବା ନିମନ୍ତେ ୨୦୧୫ ମସିହା ଜୁନ ମାସରେ କାୟାକଳ୍ପ ପୁରସ୍କାର ଯୋଜନା ଆରମ୍ଭ କରିଥିଲେ । ରାଜ୍ୟ ପୁରସ୍କାର ନାମାଙ୍କନ କମିଟି ଦ୍ୱାରା କରାଯାଇଥିବା ମୁଲ୍ୟାଙ୍କନ ଆଧାରରେ ବିଜେତାମାନଙ୍କୁ ଚୟନ କରାଯାଇଥିଲା, ମୁଲ୍ୟାୟନ ଆଧାରରେ କେବଳ ସେହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ମନୋନୀତ କରାଯାଇଥିଲା ଯେଉଁମାନେ ଏହି ପୁରସ୍କାର ପାଇଁ ନିର୍ଦ୍ଧାରିତ ବିଭିନ୍ନ ମାନଦଣ୍ଡରେ ୭୦ ପ୍ରତିଶତରୁ ଅଧିକ ଅଙ୍କ ହାସଲ କରିଥିବେ ।

ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଲାଲମୋହନ ରାଉତରାୟ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଭି ଏଲ ଏନ ରାଜୁ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଶ୍ରୀ ରୟ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ମ୍ୟାଲେରିଆ) ଡା. ବି ଏଲ ଏନ ପୃଷ୍ଟି, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା. ମମତା ଚୌଧୁରୀ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ ରୋଗ) ଡା. ମମତା ସାହୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ବରଦାକାନ୍ତ ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଅନ୍ୟାନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ବରଦାକାନ୍ତ ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିସନ ର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଅନ୍ୟାନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।