କୋସଲିଆ ମାଳି ସମାଜ ବରଗଡ଼ ଜିଲ୍ଲାର ନୂଆଁଖାଇ ଭେଟଘାଟ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୧୫/୦୯): ଆଜି କୋସଲିଆ ମାଳି ସମାଜ, ବରଗଡ଼ ଜିଲ୍ଲା ତରଫରୁ ନୂଆଁଖାଇ ଭେଟଘାଟ ପାଇକମାଳ ସ୍ଥିତ ଚେତନା ଶ୍ରମିକ ସଂଘ ଠାରେ ଆୟୋଜିତ ହୋଇଥିଲା | ଉକ୍ତ ଭେଟଘାଟ ଉତ୍ସବରେ ବରଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ପାଟଣାଗଡ଼, ଛତିଶଗଡ଼ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ |

ଏହି ଅବସରରେ ସମାଜର ବିଭିନ୍ନ ଦିଗର ଉନ୍ନତି ପାଇଁ ଆଲୋଚନା କରାଗଲା| ଏହି ବୈଠକରେ ବରଗଡ଼ ଜିଲ୍ଲା ସଭାପତି ଶ୍ରୀ ଭିଷ୍ମଦେବ ପଟେଲ ସଭାପତିତ୍ୱ କରିଥିଲେ | ପଶ୍ଚିମ ଓଡ଼ିଶାରେ ନୂଆଁଖାଇ କିପରି ଏକତା, ଭାଇଚାରା, ଶତ୍ରୁତା ବିନାଶ ସନ୍ଦେଶ ଦିଏ ଆଲୋଚନା କରିଥିଲେ | ଶିକ୍ଷା ନାରୀମାନଙ୍କୁ ସମାଜରେ ସାମିଲ କରିବା, ଆଗାମୀ ବର୍ଷରେ ଆଡମ୍ବର ସହକାରେ ପାଳନ କରାଯିବ ପାଇଁ ବିଚାର କରାଗଲା | ପଶ୍ଚିମ ଓଡ଼ିଶାର ଧର୍ମପୀଠ ଶ୍ରୀ ଶ୍ରୀ ନୃସିଂହନାଥ ରେ ତିଆରି କରାଯାଉଥିବା ଧର୍ମଶାଳାକୁ ପୂର୍ଣ୍ଣ ସହଯୋଗ କରିବାକୁ ଦୃଢ ମତପ୍ରକାଶ ପାଇଲା | ଶ୍ରୀ ଅଶ୍ୱିନୀ ପଟେଲ, ଲମ୍ବୋଦର ପଟେଲ, ଟକରାଜ ପଟେଲ, ଲଳିତ ପଟେଲ ପୂର୍ଣ୍ଣ ସହଯୋଗ କରିଥିଲେ | ଯଦୁମଣି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.