ଭତ୍ତା ବଣ୍ଟନରେ ବିଳମ୍ବ, ଅସନ୍ତୋଷ ବରିହାପାଲି ଗ୍ରାମବାସୀ

ରିପୋର୍ଟ: ଡିଳେଶ୍ୱର ବାଗ
ପଦ୍ମପୁର(୧୫/୦୯): ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିହାପାଲି ଗ୍ରାମ ପଞ୍ଚାୟତର ଭତ୍ତା ବଣ୍ଟନ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି ଗ୍ରାମବାସୀ । ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚିଥିଲେ ବରିହାପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ।

ସେଠାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା । ପରେ ସରପଞ୍ଚ ସତ୍ୟବାନ ପ୍ରଧାନଙ୍କୁ ଭତ୍ତା ଟଙ୍କା ବାଣ୍ଟୁ ଥିବା ନେଇ ଫୋନ ଯୋଗେ ବୁଝିବାରୁ ସେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଖୋଲା ଅଛି ଏବଂ ସେଠାରେ ଭତ୍ତା ବଣ୍ଟନ ହେଉଥିବାର କହିଥିଲେ ।ଗ୍ରାମପଞ୍ଚାୟତ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧି ଥିବାରୁ କହିବାରୁ ଖୁଜେନ ଗ୍ରାମରେ ଭତ୍ତା ବଣ୍ଟା ଯାଉଥିବାର କହି କଥାଟିକୁ ଏଡାଇ ଦେଇ ଥିଲେ । ଅନ୍ୟପକ୍ଷରେ ବରିହାପାଲି ଗ୍ରାମର ହିତାଧିକାରୀ ମାନେ ଆଜି ଭତ୍ତା ବଣ୍ଟନ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Comments are closed.