ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

0
322
ଅଭିଯାନ

ରିପୋର୍ଟ : ଗୋପୀନାଥ ଗୌଡ଼ //
ଗ୍ରାମ ସ୍ତରରେ ଗାଁ କଲ୍ୟାଣ ସମିତି ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିଷେଧର ଦାୟିତ୍ଵ ନେବେ // ସମସ୍ତ ଅଧିକାରୀ ନିଜେ ନିଜେ ଗୋଟିଏ ଗୋଟିଏ ଗ୍ରାମକୁ ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ // ଶିଶୁ ମାନଙ୍କ ସୁରକ୍ଷା ପାଇଁ ସଚେତନ ନିମନ୍ତେ ଏକ ୧୦୦ ଦିନିଆ ପଦଯାତ୍ରା କରାଯିବ //

ରାୟଗଡ଼ା, ତା (୨୯/୦୯) : ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ସ୍ଵତନ୍ତ୍ର ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।82e69cd2 87ba 4688 b49a 80911fd02842 ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି ଅଭିଯାନ ଅବସରରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ ଥିବା କମିଟି ସମୂହ ଯଥା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟି ର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ । ଏହି ମିଳିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ନିଜ ଅଭିଭାଷଣରେ କହିଥିଲେ ଯେ ଜିଲ୍ଲାରେ ପ୍ରତ୍ୟେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ଓ ସମନ୍ଵୟ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ରାୟଗଡ଼ା ଜିଲ୍ଲାକୁ ଶିଶୁ ମିତ୍ର ଜିଲ୍ଲା ହିସାବରେ ଗଢି ତୋଳିବାର ଆବଶ୍ୟକତା ରହିଛି ।

ଆଜି ଆମେ ଯେଉଁ କାର୍ଯ୍ୟ କରୁଛେ ତାହା ଆଗାମୀ ଦିନରେ ଜିଲ୍ଲା ପାଇଁ ସୁଫଳ ଆଣିଦେବ । ଗୋଟିଏ ବିଭାଗ ର କାମ ଅନ୍ୟ ବିଭାଗ ପ୍ରତି ପରୋକ୍ଷରେ ସହାୟକ ହେଉଛି ତେଣୁ ମିଳିତ ଭାବେ ଯୋଜନା କରି କାର୍ଯ୍ୟ ସମ୍ପାଦନ କରିବାର ଆବଶ୍ୟକତା ରହିଛି । କିଶୋର କିଶୋରୀ ମାନଙ୍କୁ ଶିକ୍ଷା ଓ ସଚେତନତା କରାଇବା ସହିତ ଶିଶୁ ମିତ୍ର ଜିଲ୍ଲା ଗଠନ ନିମନ୍ତ ପରାମର୍ଶ ଦେଇଥିଲେ । ଏହି କମିଟି ର ସଦସ୍ୟ ମାନେ ଗଣ ସଚେତନତା ପାଇଁ ଆଗାମୀ ଦିନରେ ୧୦୦ ଦିନିଆ ପଦଯାତ୍ରା ର କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ପ୍ରତ୍ୟେକ ବିଭାଗୀୟ ଅଧିକାରୀ ଗୋଟିଏ ଗୋଟିଏ ଗ୍ରାମକୁ ପୋଷ୍ୟ ଗ୍ରାମ ହିସାବରେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବିଶେଷ କରି ଗ୍ରାମ ପଞ୍ଚାୟତ ସ୍ତରରେ ଏହାର ସଫଳ ରୂପାୟନ ନିମନ୍ତେ ସରପଞ୍ଚ, ୱାର୍ଡ ମେମ୍ବର ଓ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନଙ୍କର ପ୍ରମୁଖ ଭୂମିକା ରହିଥିବାରୁ ସେମାନଙ୍କୁ ଦାୟିତ୍ଵ ନେବାପାଇଁ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ସତ୍ୟ ନାରାୟଣ ମହାରଣା ଆଗାମୀ ଦିନରେ ପଲ୍ଲିସଭା ଓ ଗ୍ରାମସଭା ମାଧ୍ୟମରେ ଗ୍ରାମ ସ୍ତରରେ ସଚେତନ କରିବା ପାଇଁ ସମସ୍ତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମାନଙ୍କୁ ସୂଚନା ଦିଆଯିବ ବୋଲି କହିଥିଲେ ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ବୈଠକ ସୂଚନା ଦେଇ କହିଥିଲେ ଯେ ଚଳିତ ମାସରେ ଜିଲ୍ଲାରେ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଅନୁରୂପ ଭାବରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ କମିଟି ର ବୈଠକ ଅନୁଷ୍ଟିତ ହୋଇଛି । ଗତ ମାସରେ ଗୋଟିଏ ଶିଶୁ କୁ ପୋଷ୍ୟ ସନ୍ତାନ ଗ୍ରହଣ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଞ୍ଚାୟତ ସ୍ତରରେ ଶିଶୁ ମାନଙ୍କ ସୁରକ୍ଷା ସହିତ ସେମାନଙ୍କ ପରିବାର ଗୁଡିକୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ଏବଂ ବିଭିନ୍ନ ସାମାଜିକ ସଚେତନ କାର୍ଯ୍ୟକ୍ରମ ଗୁଡିକୁ କାର୍ଯ୍ୟ କରିବା ନିମନ୍ତେ ଗୁରୁତ୍ଵ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ବୈଠକକୁ ସମସ୍ତଙ୍କୁ ସ୍ଵାଗତ କରିଥିଲେ ।97bcbb52 805a 48de b339 6dbe41e97050 ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ପ୍ରଶାସନ ତରଫରୁ ଜିଲ୍ଲା କୁ ବାଲ୍ୟବିବାହ ମୁକ୍ତ ଓ ଶିଶୁ ମାନଙ୍କ ନିମନ୍ତେ ନିରାପଦ ଓ ସୁରକ୍ଷିତ ପରିବେଶ ନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ୟୁନିସେଫ ଓ ଆକ୍ସନଏଡ ର ମିଳିତ ପ୍ରୟାସରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବାର ସୂଚନା ଦେଇଥିଲେ । ପରେ ପରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ରତ୍ନେଶ୍ଵର ସାହୁ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନ ର କାର୍ଯ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଅରୁଣା ସଂଗଠନ ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ କୁମାର ନାୟକ ଅଣ ଆନୁଷ୍ଠାନିକ ଯତ୍ନ ନିୟମାବଳୀ ବିଷୟରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଲାଲ ମୋହନ ରାଉତରାୟ, ଗୁଣୁପୁର ଉପ-ଜିଲ୍ଲାପାଳ ଲୋକନାଥ ଦଳ ବେହେରା, ରାୟଗଡ଼ା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ପଦ୍ମଚରଣ ନାୟକ, ଜିଲ୍ଲା ର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ର ବିଭିନ୍ନ ବ୍ଲକ ର ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝି, ଜିଲ୍ଲା ଶିଶୁମଙ୍ଗଳ ସମିତି ର ଅଧ୍ୟକ୍ଷ ରାଜ କିଶୋର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଅତିରିକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଓରମାସ ର ଡେପୁଟି କାର୍ଯ୍ୟ ନିର୍ବାହୀ ମନୋଜ ପାତ୍ର, ଓଡିଶା ଜୀବିକା ମିଶନର ଜିଲ୍ଲା ପରିଚାଳକ ହେମନ୍ତ ବାଗ, ମିଶନ ଶକ୍ତି ର ଜିଲ୍ଲା ସଂଯୋଜକ ନିରଞ୍ଜନ ମଲ୍ଲିକ, ଜିଲ୍ଲା ର ସମସ୍ତ ବାଲ୍ୟବିବାହ ନିଷେଧ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମକର୍ତ୍ତା ଙ୍କ ସମେତ କର୍ମ ନିଯୁକ୍ତି ବିଭାଗ, ଶ୍ରମ ବିଭାଗ, ମଙ୍ଗଳ ବିଭାଗ ର କର୍ମକର୍ତ୍ତା ପ୍ରମୁଖ ଉପସ୍ତିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ, ଶିଶୁ ଶ୍ରମିକ ନିରାକରଣ ଏବଂ ବାଲ୍ୟ ବିବାହ ର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ ।