Related Contents

ରାସ୍ତା ବେହାଲ, ବିଦ୍ୟାଳୟ ଛାତ୍ରଛାତ୍ରୀ ସହ ଲୋକେ ହଇରାଣ

ରିପୋର୍ଟ: ଡିଳେଶ୍ୱର ବାଗ
ପଲସଦା(୧୪/୦୯): ବରଗଡ଼ ଜିଲ୍ଲା, ପାଇକମାଲ ବ୍ଲକ, ପଲସଦା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଡୁଙ୍ଗୁରିପାଲି ଗ୍ରାମ ପର୍ଯ୍ୟନ୍ତ ରାସ୍ତା ବହୁତ ଖରାପ ହୋଇଛି | ଯାହା ଫଳରେ ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

ରାସ୍ତା ସବୁ ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଅନେକ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁଥିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି | ପଲସଦା ଠାରେ ସମବାୟ କେନ୍ଦ୍ର ଥିବାରୁ ଲୋକଙ୍କ ଗହଳି ଲାଗିଥାଏ ଯାହା ଫଳରେ ଏହି ଖାଲଖମାରେ ଭର୍ତ୍ତି ରାସ୍ତାରେ ଆସିଲା ବେଳେ ଅନେକ ଲୋକ ଦୁର୍ଘଟଣାର ଶିକାର ହେବା ନଜରକୁ ଆସୁଛି | ଏନେଇ ସ୍ଥାନୀୟ ପ୍ରଶାସନକୁ ବିଭିନ୍ନ ମାଧ୍ୟମରେ ଅଭିଯୋଗ କରାଯାଉଥିଲେ ମଧ୍ୟ ସେମାନେ ନିଦାବିଷ୍ଣୁ ସାଜିଛନ୍ତି | ଏହାର ତୁରନ୍ତ ସମାଧାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଜିଲ୍ଲାପ୍ରଶାସନ ଧ୍ୟାନ ଦିଅନ୍ତୁ ବୋଲି ଜନସାଧାରଣ ଦାବୀ କରୁଛନ୍ତି ।

Comments are closed.