ଗୋମାତା କଣ ସତରେ ଅଲୋଡ଼ା, ପ୍ରଶାସନ ଦୃଷ୍ଟି ଦେଇ କାଞ୍ଜିଗୃହ ନିର୍ମାଣ ଦାବି

ରିପୋର୍ଟ: ଡିଳେଶ୍ୱର ବାଗ
ପଦ୍ମପୁର(୧୪/୦୯): ଗୋଟିଏ ପଟେ ଆଜିର ଏହି ସଭ୍ୟ ସମାଜ ଗାଈକୁ ଗୋମାତା ରୂପେ ପୂଜା କରୁଛି ତ ଆରପଟେ ସେହି ମାତାଙ୍କୁ ହତାଦର କରି ନିଜ ଘରକୁ ନେଉନାହାନ୍ତି | କଥା କହି ପାରୁନଥିବା ଜନନୀ ସଦୃଶ ଗୋମାତା ଆଜି ସମସ୍ତଙ୍କ ପାଇଁ ଅଲୋଡ଼ା ପାଲଟିଛନ୍ତି |

ମନରେ ଅନେକ ବେଦନା ନେଇ ଏଣେତେଣେ ଘୁରି ବୁଲୁଥିବା ଏହି ମାତାଙ୍କ ନିମନ୍ତେ କିଛି ସୁରକ୍ଷା ନାହିଁ, କେତେବେଳେ ନିଷ୍ଠୁର ମାନବ ତାଙ୍କୁ ବେତରେ ପ୍ରହାର କରୁଛନ୍ତି ତ କେତେବେଳେ ଯାନବାହାନ ଦ୍ୱାରା ଧକ୍କା ଦେଇ ଫେରାର ମାରୁଛନ୍ତି ହୃଦୟହୀନ ଲୋକେ | ଏମିତି ହୃଦୟ ବିଦାରକ ଦୃଶ୍ୟ ପ୍ରତିଦିନ ବରଗଡ ଜିଲ୍ଲା ପଦ୍ମପୁର ସହରରେ ଦେଖିବାକୁ ମିଳୁଛି | ସବୁଠୁ ଦୁଖଃଦ ବିଷୟ ଏହି ଖୋଲାରେ ବୁଲୁଥିବା ଗୋମାତାଙ୍କ ଏହି ଦୁଃଖ ବିଷୟରେ ଅବଗତ ହୋଇ ମଧ୍ୟ ନିଷ୍ଠୁରତାର ସହ ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି | ଖୋଲାରେ ବୁଲୁଥିବା ଗୋମାତାଙ୍କୁ ପ୍ରକୃତରେ ନ୍ୟାୟ ପ୍ରଦାନ ପୂର୍ବକ ବିଜ୍ଞାପିତ ଅଂଚଳ ପରିଷଦ, ପଦ୍ମପୁର ତରଫରୁ ଏକ କାଞ୍ଜିଗୃହ ନିର୍ମାଣ କରାଗଲେ ତାଙ୍କର ସୁବିଧା ହେବା ସଙ୍ଗେ ସଙ୍ଗେ ଗୋମାତାଙ୍କ ଆଶୀର୍ବାଦ ସଦା ସର୍ବଦା ରହିଥିବ ବୋଲି ସଚେତନ ନାଗରୀକବୃନ୍ଦ ମତ ରଖୁଛନ୍ତି |

Comments are closed.