Friday, March 29, 2024

Top 5 This Week

Related Posts

ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମ ରିଲିଜ ପୂର୍ବରୁ ସିନେମା ହଲ୍‌ ମାଲିକଙ୍କୁ ଧମକ !

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୨୯/୦୯) : ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ଐଶ୍ୱର୍ଯ୍ୟା ରାୟଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ପୋନ୍ନିୟନ ସେଲଭନ-୧’ । ସାରା ଦେଶ ର ସିନେମା ପ୍ରେମୀ ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି ।

ଏହାରି ଭିତରେ ମଣିରତ୍ନମ୍‌ଙ୍କ ଏହି ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମ ରିଲିଜ ପୂର୍ବରୁ ସିନେମା ହଲ୍‌ ମାଲିକଙ୍କୁ ମିଳିଛି ଧମକ । କାନାଡା ର ଫିଲ୍ମ ହଲ୍‌ ମାଲିକଙ୍କୁ ଫିଲ୍ମ ସ୍କ୍ରିନ୍‌ ନକରିବାକୁ ଧମକ ମିଳିଛି । ଯଦି ଫିଲ୍ମ ରିଲିଜ୍‌ କରିବେ ତାହାଲେ ଆକ୍ରମଣ ହେବ । ସ୍କ୍ରିନ୍‌ ଛିଣ୍ଡାଇ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ଧମକ ମିଳିଛି ।

କାନାଡା ର ହାମିଲଟନ୍, କିଚନର୍, ଏବଂ ଲଣ୍ଡନ ଭଳି ସହରରେ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ଚଳଚ୍ଚିତ୍ର ପୋନିୟନ୍ ସେଲଭାନ୍ ରିଲିଜ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହି ସମୟରେ, ଫିଲ୍ମ ସ୍କ୍ରିନିଂ ନକରିବା ପାଇଁ ଥିଏଟର ମାଲିକମାନଙ୍କ ନିକଟକୁ ଏକ ଇ-ମେଲ ଆସିଛି । ଧମକ ଦିଆଯାଇଛି ଯେ ଯଦି ଏହି ଫିଲ୍ମର ସ୍କ୍ରିନିଂ କରାଯାଏ ତେବେ ହଙ୍ଗାମା ହେବ । ଯଦି PS1 ତାମିଲ କିମ୍ବା KW ଟକିଜର ଅନ୍ୟ କୌଣସି ଚଳଚ୍ଚିତ୍ର ରିଲିଜ୍ ହୁଏ, ତେବେ ସେମାନଙ୍କୁ ଆକ୍ରମଣ କରାଯିବ ।

ଇ-ମେଲ୍‌ ଜରିଆରେ ମିଳିଥିବା ଧମକରେ ଲେଖାଯାଇଛି ଯେ, ‘ଯଦି ଅବମାନନା କରି ଫିଲ୍ମ ରିଲିଜ କରାଯାଏ ତେବେ ସ୍କ୍ରିନ୍‌ ଛିଣ୍ଡାଇ ଦିଆଯିବ । ଫିଲ୍ମ ହଲ୍‌ ର କିଛି କର୍ମଚାରୀ ଆହତ ହୋଇ ଡାକ୍ତରଖାନାରେ ପହଞ୍ଚିବେ । ଆମେ କେବଳ ଏହି ଭାରତୀୟ ଚଳଚ୍ଚିତ୍ର ନୁହେଁ ଅନ୍ୟ ବ୍ଲକବଷ୍ଟର ହିନ୍ଦୀ ଚଳଚ୍ଚିତ୍ରକୁ ମଧ୍ୟ ଟାର୍ଗେଟ କରିବୁ । ଯେପର୍ଯ୍ୟନ୍ତ KW ଟକିଜ୍ ଫିଲ୍ମ ସ୍କ୍ରିନିଂ କରିବା ବନ୍ଦ ନକରନ୍ତି ସେ ପର୍ଯ୍ୟନ୍ତ ଆମେ ଏହା ଜାରି ରଖିବୁ ।’

ତେବେ ଏଭଳି ଧମକ ମିଳିବା ପ୍ରଥମ ଘଟଣା ନୁହେଁ । କିଛି ଦିନ ପୂର୍ବେ କାନାଡା ର କିଛି ଗୋଷ୍ଠୀ ଦୁଲକମର ସଲମାନଙ୍କ ଅଭିନୀତି ତାମିଲ ଫିଲ୍ମ ‘କୁରୁପ’ ର ସ୍କ୍ରିନିଂକୁ ମଧ୍ୟ ବିରୋଧ କରିଥିଲେ । ଗତବର୍ଷ ନଭେମ୍ବରରେ ଓଣ୍ଟାରିୟୋରେ ଏହି ଫିଲ୍ମର ସ୍କ୍ରିନିଂ କରାଯାଇଥିଲା । ତେବେ ଏହାକୁ ବିରୋଧ କରି ରିଚମଣ୍ଡ ହିଲ ଏବଂ ଓକଭିଲ ର ଦୁଇଟି ସିନେପ୍ଲେକ୍ସରେ ମୁଭି ସ୍କ୍ରିନକୁ କଟାଯାଇଥିଲା ।

Popular Articles