ବୈପାରୀଗୁଡାରେ ମା ଗଜଲକ୍ଷ୍ମୀଙ୍କ ପ୍ରସ୍ତୁତି ବୈଠକ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରିଗୁଡା(୧୫/୦୯): ଆସନ୍ତା ମାସ ୧୩ତାରିଖରେ ହେବାକୁ ଥିବା ମା ଗଜଲକ୍ଷ୍ମୀଙ୍କ ୧୫ତମ ବାର୍ଷିକ ପୂଜା ପାଇଁ ବୈପାରୀଗୁଡା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ପୂଜା କାର୍ଯ୍ୟକ୍ରମକୁ ସୁପରିଚାଳନା ପାଇଁ ବିଭିନ୍ନ ବିଭାଗର ଦାଇତ୍ୱ ବଣ୍ଟନ କରାଯାଇଥିବା ଜଣାପଡିଛି |

ଚଳିତ ବର୍ଷ ମା ଗଜଲକ୍ଷ୍ମୀ ପୂଜା ୧୫ତମ ପୂର୍ତ୍ତି ଅବସରରେ ଧୁମ ଧାମରେ ପୂଜାକୁ ପାଳନ କରିବା ପାଇଁ କମିଟି ତରଫରୁ ସ୍ଥିର କରାଯଇଛି | ଗତ ଗୁରୁବାର ଦିନ କମିଟି ପକ୍ଷରୁ ମାଟି ପୂଜା କାର୍ଯ୍ୟ ସମାପନ ହୋଇଯାଇଛି | ପୂଜା କମିଟିର ସଦସ୍ୟମାନେ ଘଣ୍ଟ,ଖୋଳ, କୀର୍ତ୍ତନ,ବାଜା ସହ ଶୋଭାଯାତ୍ରାରେ ବିଭିନ୍ନ ଜଳାଶୟ ନିକଟକୁ ଯାଇ ସେଠାରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରିବା ପରେ ଅନୁକୂଳ ମାଟି ସଂଗ୍ରହ କରି ଆଣିଥିଲେ | ଆଜି କମିଟି ସମସ୍ତ ସଭ୍ୟଙ୍କୁ ନେଇ ପ୍ରସ୍ତୁତି ବୈଠକ କରାଯlଇଥିଲା | ବିଭିନ୍ନ ବିଭାଗ ଦାଇତ୍ୱ ବଣ୍ଟନ କରାଯଇଥିଲେ | ଚଳିତ ବର୍ଷ ଅଷ୍ଟପ୍ରହରୀ, ଲଟେରୀ, ଦୀପଦାନ, କୁମକୁମ ପୂଜା, ଲୋଡୁ ନିଲାମ, ସାମୋହିକ ପ୍ରସାଦ ସେବନ, ସଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି | ଏଥିରେ ସରପଞ୍ଚ ଭାଗିରଥି ମୁରଜିଆ, ଆଇନଜୀବୀ ପି ରମେଶ ପତ୍ର, ଜ୍ଞାନେନ୍ଦ୍ର ଧଳ, ସାଗର ପରିଡା,ଏସ ବି ସନ୍ତୋଷ, ଏନ. ହରି ପ୍ରସାଦ, ନଟବର ପଟ୍ଟନାୟକ, ମିଟୁ ଗୌଡ଼, ଜେ. ସୁଧାକର ରାଓ, ସିକନ ପରିଡ଼ା, ନାରାୟଣ ମଣ୍ଡଳ, ଏନ. ଗୌରୀଶଙ୍କର, ବିଶ୍ୱଜିତ ମହାପାତ୍ର, ସୁମିତ ଗୁପ୍ତା, ଏ. ରାଜା, ଧର୍ମେନ୍ଦ୍ର ନାୟକ, ସଞ୍ଜୟ ପଟ୍ଟନାୟକ, ସମୀର ନାୟକ, ସୁରେଶ ନାୟକ, ସନ୍ତୋଷ ସାହୁ, ସନ୍ତୋଷ ମିଶ୍ର, ଶ୍ରୀନୁ, ମଧୁସୁଦନ ରାଉତ, ଭି. ରମେଶ, ଏ ତିରୁମାଲା, ଟୁଲୁ ମେହେର, ଟିକିନା,ଟିକି ପାଇକ ପି କିଶୋର, ରଘୁ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ |

Comments are closed.