Related Contents

ନଦୀରୁ ମହିଳା ମୃତ ଦେହ ଉଦ୍ଧାର

ରିପୋର୍ଟ: ଏନ ସନ୍ତୋଷ କୁମାର
ବୈପାରୀଗୁଡା(୧୫/୦୯): ବୈପାରୀଗୁଡା ଥାନା ଅନ୍ତର୍ଗତ ମହୁଲି ପଞ୍ଚାୟତର ପକନାଗୁଡା ଗ୍ରାମରରେ ଏକ ଦୁଃଖଦ ଘଟଣା ଘଟିଛି | ଗତ କାଲି ସକାଳେ ଜୈନିକ ମହିଳାଙ୍କ ମୃତଦେହକୁ ମହୁଲିର ପକାନାଗୁଡା ବେଲିଜଡ଼ି ନଦୀରୁ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି |

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ କାଲି ସକାଳେ ମହୁଲି ପଞ୍ଚାୟତ ବେଡ଼lଗୁଡାର ସ୍ୱଗର୍ତ ଚନ୍ଦ୍ରୁ ପରଜାଙ୍କ ପତ୍ନୀ ଡମୁଣି ପରଜା (55) ମହୁଲିରୁ ନିଜ ଘର ପକାନାଗୁଡାକୁ ଯାଉଥିବା ବେଳେ ନଦୀରେ ବୁଡିଯାଇ ଭାସୁଥିବା ଦୃଶ୍ୟ ସ୍ଥାନୀୟ ଗ୍ରାମବାସି ଦେଖି ସରପଞ୍ଚଙ୍କୁ ଖବର ଦେଲେ | ଏହି ଘଟଣା ସ୍ଥାନୀୟ ସରପଞ୍ଚ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ମୃତ ଦେହକୁ ନଦୀରୁ ଉଦ୍ଧାର କରି ଶବବ୍ୟବଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି | ବୈପାରୀଗୁଡା ଥାନା କେସ ନମ୍ବର ୧୮/୨୦୧୯ଅନୁଯାୟୀ ଏକ ଅପମୃତ୍ୟ ମାମଲାରେ ରୁଜୁ କରିଥିବା ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଜଣାଇଛନ୍ତି |

Comments are closed.