Thursday, August 6, 2020
Home Development ବଡ଼ଟେମରା ପଞ୍ଚାୟତର ସମସ୍ୟାର ସମୀକ୍ଷା କଲେ ନବରଙ୍ଗପୁର ସାଂସଦ

ବଡ଼ଟେମରା ପଞ୍ଚାୟତର ସମସ୍ୟାର ସମୀକ୍ଷା କଲେ ନବରଙ୍ଗପୁର ସାଂସଦ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରୀଗାଁ(୧୪.୦୯.୨୦୧୯): ବିଭିନ୍ନ ସମସ୍ୟା ଦେଇ ଗତି କରି ଚାଲୁଛନ୍ତି ବଡ଼ଟେମରା ପଞ୍ଚାୟତ ବାସୀ । ଏଠି ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ପାନୀୟ ଜଳ ଆଦି ସରକାରୀ ଯୋଜନା ଭୁଶୁଡ଼ି ପଡିଛି । ଏନେଇ ଆଜି ନବରଙ୍ଗପୁର ସାଂସଦ ରମେଶ ମାଝୀ ପହଞ୍ଚି ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି । ଏବଂ ପଞ୍ଚାୟତ ବାସୀଙ୍କୁ ବଡ଼ଟେମରା ପଞ୍ଚାୟତକୁ ମଡେଲ ପଞ୍ଚାୟତ ବିଲ୍ଡିଂଗ କରିବା ପାଇଁ ସ୍ବପ୍ନ ଦେଖାଇଛନ୍ତି ।

ବଡ଼ଟେମରା ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ । ଏହି ପଞ୍ଚାୟତରେ ଦିନକୁ ଦିନ ସରକାରୀ ଯୋଜନା ସବୁ ଭୁଶୁଡ଼ି ପଡ଼ୁଥିବା ବେଳେ ସାଧାରଣ ଜନତା ସରକାରୀ ଯୋଜନାରେ ବଞ୍ଚିତ ହେଉଛନ୍ତି । ଏନେଇ ଗତ ୧୧ତାରିଖରେ ପ୍ରତିବାଦ କରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇ ଥିଲେ ପରେ ଝରିଗାଁ ପୋଲିସ ପହଞ୍ଚି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ । ତେବେ ବଡ଼ଟେମରା ପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ବ ଜନସାଧାରଣ ସାଂସଦଙ୍କ ବାସଭବନକୁ ଯାଇ ସମସ୍ୟା ବିଷୟରେ ଅବଗତ କରାଇଥିଲେ ।ସାଂସଦ ଏହି ସମସ୍ୟାର ସମାଧାନ କରିବା ପାଇଁ ଏକ ସମୀକ୍ଷା ବୈଠକ ଜରୁରୀ ମନେ କରି ଏକ ସମୀକ୍ଷା ବୈଠକ କରିଥିଲେ ।ଏହି ସମୀକ୍ଷା ବୈଠକରେ ପଞ୍ଚାୟତ ବାସୀଙ୍କ ସହ ବ୍ଲକର ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ୟାର ସମୀକ୍ଷା କରିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସରକାରୀ ଯୋଜନା ସବୁ ସ୍ଥାଣୁ ପାଲୁଟୁ ଥିବା ଜାଣି ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିବା ସହ ଲୋକ ଯେପରି ଠିକ ସମୟରେ ସରକାରୀ ଯୋଜନା ପାଇ ପାରିବେ ଏବଂ ଲୋକଙ୍କ ସମସ୍ୟା ୩ମାସ ମଧ୍ୟରେ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପଞ୍ଚାୟତ ବାସୀ ନୂତନ ପଞ୍ଚାୟତ କାର୍ଯ୍ୟାଳୟ, ଗୋଦାମ ଗୃହ, ଭତ୍ତା, ରାସନକାର୍ଡ଼, ଅଙ୍ଘନବଡୀ ଗୃହ ନିର୍ମାଣ ଏବଂ ଦୀର୍ଘ ଦିନ ହେବ ମହିଳା ସ୍ୱାସ୍ଥ୍ୟ କର୍ମୀ ନ ଥିବାରୁ ମହିଳା ସ୍ୱାସ୍ଥ୍ୟ କର୍ମୀ ପାଇଁ ସାଂସଦ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ସାଂସଦ ରମେଶ ମାଝୀ ମଧ୍ୟ ଯଥା ଶୀଘ୍ର ସମସ୍ୟାର ସମାଧାନ କରାଯିବା ସହ ବଡ଼ଟେମରା ପଞ୍ଚାୟତକୁ ଏକ ମୋଡେଲ ପଞ୍ଚାୟତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପରେ ସାଂସଦ ଟେମରା ହାଇସ୍କୁଲ, ଚାଚା ହାଇସ୍କୁଲ ଓ ହାତୀବାଡ଼ି ସ୍କୁଲ ଗସ୍ତ କରି ସମସ୍ୟା ଓ ଶିକ୍ଷା ବ୍ୟବସ୍ଥା କୁ ନେଇ ଅନୁଧ୍ୟାନ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗର ଏକ ଦୁଃଖଦ କାହାଣୀ । ଜନ୍ମ...

ବନ୍ଧୁଗାଁ ରେ ବିଭିନ୍ନ କାର୍ଯ୍ୟାଳୟରେ ନିରବ ପ୍ରର୍ଥନ ସହ ଶପଥ ପାଠ ଅନୁଷ୍ଠିତ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୫:୮:୨୦): ବନ୍ଧୁଗାଁ ବ୍ଲକଠାରେ ଆଜି ପୋଲିସ ବିଭାଗର ସମସ୍ତ ଅଧ8କାରୀ,ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଓ ବନ ବିଭାଗର ରେଞ୍ଜର କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ଉପିସ୍ତିତରେ ଆଜି...

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ବୋରିଗୁମ୍ମା ଭା.ଜ.ପା.ତରଫରୁ ହୋମ ଓ ପୂଜାପାଠ

ରିପୋର୍ଟ : ରବିଶଙ୍କର ମହାପାତ୍ର // କୋରାପୁଟ(୦୫/୦୮): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀରାମ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ସାମାଜିକ...

ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ...

Recent Comments

%d bloggers like this: