ପୌରସଂସ୍ଥା ମହିଳା କର୍ମଚାରୀଙ୍କ ହତ୍ୟା ଅଭଯୁକ୍ତ ଗିରଫ

0
156
ପୌରସଂସ୍ଥା ମହିଳା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୮/୦୯) : ବଲାଙ୍ଗୀର ପୌରସଂସ୍ଥା ମହିଳା କର୍ମଚାରୀ ଅଷ୍ଟମୀ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଅଭିଯୁକ୍ତ ଜଣକ ବଲାଙ୍ଗୀର ସହର ବେହେରାପାଲି ର ବାଲି ତାଣ୍ଡି ଓରଫ୍‌ ଗୁଲ୍‌ଠୁ ବୋଲି ଜଣାପଡିଛି । ଗିରଫ ଗୁଲ୍‌ଠୁ କୁ ଧରି ସିନ ରିକ୍ରିଏସନ୍‌ କରିଛି ବଲାଙ୍ଗୀର ଟାଉନ୍‌ ପୋଲିସ । ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀରେ ପୋଲିସ ସବିଶେଷ ସୂଚନା ଦେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖ ସନ୍ଧ୍ୟାରେ ବିଜାଖମନ ଠାରେ ଥିବା ଏମ୍‌ସିସିରେ ପୌରସଂସ୍ଥା ମହିଳା କର୍ମଚାରୀ ମଇଳା ଗାଡି ରଖି ସାରି ନିଜ ଘରକୁ ଫେରୁଥିଲେ ଅଷ୍ଟମୀ । ଏମ୍‌ସିସି ଠାରୁ ୨୦୦ ମିଟର ଦୂରରେ ଅଷ୍ଟମୀକୁ ଅଟକାଇ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ ବାଲି । ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ପ୍ରକୃତ କାରଣ କ’ଣ ତାହା ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।