ମୁରିବାହାଲ ଡିଗ୍ରୀ କଲେଜରେ ଅଭିଭାବକ ବୈଠକ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ (୧୪/୦୯): ମୁରିବାହାଲ ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ମୁରିବାହାଲ ଠାରେ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ପ୍ରଥମ ବର୍ଷ ନାମ ଲେଖାଇଥିବା ଶିକ୍ଷାବର୍ଷ(୨୦୧୯-୨୦)ର ଛାତ୍ରଛାତ୍ରୀଙ୍କ ଅଭିଭାବକ ଅଭିଭାବିକା ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା |

ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କିପରି ଶତକଡା ୭୫ଭାଗ ରହିବା ନିତାନ୍ତ ଜରୁରୀ ତତ୍ସଂଗେ କିପରି ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣି ପାରିବେ ସେ ବିଷୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା | ଉକ୍ତ ସଭାରେ ଅଭିଭାବକ ଗହନରୁ ଶ୍ରୀ ପ୍ରବୀର କୁମାର କମ୍ପ ନିଜସ୍ୱ ମତ ରଖିଥିଲେ | ଅଧ୍ୟାପକ ଦିଲୀପ କୁମାର ପଶାୟତ ଙ୍କ ସଂଯୋଜନାରେ ବରିଷ୍ଠ ଅଧ୍ୟାପକ ଗୁଣସାଗର ମେହେର, ଫାଲ୍ଗୁନୀ ଦାସ , କିରାଣୀ ସୁନିତା ବଘାର ଉପସ୍ଥିତ ରହି ସଭାକାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ |

Comments are closed.