Friday, March 29, 2024

Top 5 This Week

Related Posts

ମୁନିଗୁଡା ବ୍ଲକ ଗସ୍ତ ରେ ଜିଲ୍ଲାପାଳ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୨୮/୦୯) : ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେବ ସିଂ ଆଜି ମୁନିଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ।

ଜିଲ୍ଲାପାଳଙ୍କ ଏହି ମୁନିଗୁଡା ବ୍ଲକ ଗସ୍ତ ସମୟରେ ସେ ପ୍ରଥମେ ଶିଶୁ ବିକାଶ କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ଶିଶୁ ବିକାଶ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସେଠାରୁ ଭୈରବ ଗଡ଼ ଗସ୍ତ କରି ବୈରଗଡି ଉଚ୍ଚ ବିଦ୍ୟାଳୟ ଅନୁଧ୍ୟାନ କରିଥିଲେ । ତୃତୀୟ ପର୍ଯ୍ୟାୟ 5T ଅଧୀନରେ ଏହି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ କରିବା ନିମନ୍ତେ ପ୍ରଧାନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ । ବିଶେଷ କରି ସ୍ମାର୍ଟ ଶ୍ରେଣୀ ଗୃହ, ଉନ୍ନତ ମାନର ବିଜ୍ଞାନଗାର, ପଠାଗାର, ଖେଳ ପଡିଆ ନିର୍ମାଣ କାର୍ଯ୍ୟ କରାଯିବା ଉପରେ ଆଲୋଚନା କରିଥିଲେ ।

ମଧ୍ୟାହ୍ନ ଭୋଜନରେ ନିୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀକୁ ପରିବର୍ତ୍ତନ କରିବାପାଇଁ ବିଦ୍ୟାଳୟ ପରିଚାଳନା କମିଟିକୁ କହିଥିଲେ । ସେଠାରୁ ଆଗୁଳ ସେବାଶ୍ରମ ଗସ୍ତ କରି ତୃତୀୟ ପର୍ଯ୍ୟାୟ 5T ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ନିମନ୍ତେ ଅନୁଧ୍ୟାନ କରିବା ସହିତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ପ୍ରଧାନ ଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ । ବିଦ୍ୟାଳୟ ର ଅସମ୍ପୂର୍ଣ୍ଣ କାର୍ଯ୍ୟ କୁ ଶୀଘ୍ର ସାରିବାକୁ ଆଇଟିଡିଏ ଜେଇ, ଏଇଙ୍କୁ ନିର୍ଦ୍ଦେଶ ଦେଲେ ।

ଏହାପରେ ଜଗଡଲପୁର ଗସ୍ତ କରି ସେଠାରେ ଚାଲୁଥିବା ଗ୍ରାମୀଣ ହାତ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । କମ୍ୟୁନିଟି ଷ୍ଟୋରେଜ ନିର୍ମାଣ ପାଇଁ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କୁଣ୍ଡରେ ମାଛ ଚାଷକୁ ଅନୁଧ୍ୟାନ କରିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା ୧୦୦୦ କ୍ଷମତା ବିଶିଷ୍ଟ ବ୍ରୋଏଲର କୁକୁଡ଼ା ଫାର୍ମ ପରିଦର୍ଶନ କରି ବିପଣନ ସମ୍ବନ୍ଧରେ ସଦସ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ । ବୈଷୟିକ ଉପଦେଶ ଦେବା ନିମନ୍ତେ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ନିର୍ଦ୍ଦେଶ ଦେଇଥିଲେ । ଜଗଦଲପୁର ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ ।

ସ୍ଵୟଂ ସାହାୟକ ଗୋଷ୍ଠୀ କୁ ବିଭିନ୍ନ କାର୍ଯ୍ୟ ପାଇଁ ଅଧିକ କ୍ରେଡ଼ିଟ ସଂଲଗ୍ନ କରିବାକୁ ବିଏମ କୁ ନିର୍ଦ୍ଦେଶ ଦେଇଥିଲେ । ଜଗଦଲପୁର ୫୦ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଜିଲ୍ଲାପାଳ ପ୍ରଦାନ କରିଥିଲେ । ପରିଦର୍ଶନ ସମୟରେ ବିଡ଼ିଓ ମୁନିଗୁଡା ଦିଲ୍ଲୀପ ଜୁମର ବେହେରା, ତହସିଲଦାର ଦେବାଶିଷ ଗୌଡ଼, ବ୍ଲକ ର ଏଇ, ଜେଇ, ବିପିଏମ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ଆନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Popular Articles